କାକଟପୁର ମା ମଙ୍ଗଳାଙ୍କ ମହିମା

29

ମାଁ ମଙ୍ଗଳା କିଏ ? କେମିତି ସେ କାକଟପୁରକୁ ଆସିଲେ ? ମାଁ ମଙ୍ଗଳାଙ୍କ ନାମକରଣ କିପରି ହୋଇଥିଲା ? ଆସନ୍ତୁ ଜାଣିବା ମା ମଙ୍ଗଳାଙ୍କ ଆବିର୍ଭାବ କିପରି ହୋଇଥିଲା l ଓଡିଶା ରାଜ୍ୟ ପୁରୀ ଜିଲ୍ଲା କାକଟପୁରରେ ଅବସ୍ଥିତ l ମାଁ ମଙ୍ଗଳାଙ୍କ ଭବ୍ୟ ମନ୍ଦିର ପ୍ରଚଳିତ ଲୋକପ୍ରଥା ଅନୁସାରେ ମାଁ ମଙ୍ଗଳା ବହୁକାଳ ପର୍ଯ୍ୟନ୍ତ ପ୍ରାଚୀନଦୀ ଗର୍ଭରେ ରହିଆସୁଥିଲେ l ଥରେ ଜଣେ ନାଉରିଆ ନଦୀକୁ ଯାଉଥିବା ସମୟରେ ହଠାତ ବନ୍ୟା ଆସିଥିଲା l ଡ଼ଙ୍ଗାଟି କୂଳ ନ ପାଇ ଏଣେ ତେଣେ ଭାସି ଯାଉଥିବା ବେଳେ ଅଳ୍ପକେ ବର୍ତ୍ତୀ ନଦୀ ମଝିରେ ଯାଇ ଡ଼ଙ୍ଗାଟି ପଂହଁଚିଲା l

ଆଶ୍ଚର୍ଯ୍ୟର କଥା ଏତେବଡ ବନ୍ୟା ବିତିଗଲା କିନ୍ତୁ ଡ଼ଙ୍ଗାଟି ସୁରକ୍ଷିତ ଭାବରେ ନଦୀ ମଝିରେ ଅଟକି ରହିଯାଇଥିଲା ଏବଂ ଡ଼ଙ୍ଗା ସହିତ ନାଉରି ଜଣଙ୍କ ମଧ୍ୟ ରକ୍ଷା ପାଇ ଯାଇଥିଲେ l କିନ୍ତୁ ନାଉରି ଜାଣିପାରିଲେନାହିଁ ଯେ ଏହା କିପରି ସମ୍ଭବ ହେଲା l ଶେଷରେ କିଛି ସମୟ ବିତିଗଲା ଡ଼ଙ୍ଗାଟି କୂଳରେ ଲାଗିଗଲା l ନାଉରି ଭାଇ ସେଠାରେ ଆଉ ନ ରହି ଘରକୁ ଫେରିଆସିଲେ l ଏମିତି କିଛି ଦିନ ବିତିଗଲା ଦିନେ ରାତ୍ର ସମୟରେ ସେ ନାଉରିଆଙ୍କୁ ସ୍ବପ୍ନ ହେଲା l ସ୍ୱପ୍ନରେ ଆସି ମାଁ ନିଜର ଉପସ୍ଥିତି ବାବଦରେ ସେ ନାଉରିଆଙ୍କୁ ଅବଗତି କଲେ l ମାଁଙ୍କ ଆଦେଶ ପାଇ ସେ ନାଉରି ଜଣଙ୍କ ମାଁଙ୍କୁ ସେହି ନଦୀ ଗର୍ଭରୁ ଉଦ୍ଧାର କରିଥିଲେ l ସମସ୍ତ ଗ୍ରାମ ବାସୀଙ୍କୁ ଏହି ଘଟଣା ବାବଦରେ ଅବଗତି କରିଥିଲେ ଏବଂ ମାଁଙ୍କୁ ଆଣି ପାଖ ମଙ୍ଗଳପୁର ଗ୍ରାମରେ ଆରାଧନା କଲେ l ଯେହେତୁ ମାଁ ମଙ୍ଗଳା ମଙ୍ଗଳପୁରରେ ପୂଜା ପାଉଥିଲେ ସେଇଥିରେ ମାଁଙ୍କ ନାଁ ରଖିଲେ ମାଁ ମଙ୍ଗଳା l

ଏମିତି ପୁଣି ଅନେକ ଦିନ ଗଲା ସେହି ଗାଁର ଗୋଟିଏ କାଉ ନଦୀ ଉପରକୁ ଚାଲି ଆସିଥିଲା l ବହୁ ଦିନ ବହୁ ସମୟ ବିତିଗଲା କିନ୍ତୁ ସେଇ କାଉଟି ଆଉ ସେ ଗାଁକୁ ଫେରୁନଥିଲା l କାରଣ ସେ, ସେ ପ୍ରାଚୀନଦୀର ମଧ୍ୟ ଭାଗରେ ଅଟକି ଯାଇଥିଲା l ସେ କାଉଟି ଯେଉଁ ସ୍ଥାନରେ ଅଟକିଥିଲା ସେହି ସ୍ଥାନରେ ହିଁ ନାଉରି ଜଣଙ୍କ ମାଁଙ୍କୁ ଉଦ୍ଧାର କରିଥିଲେ l ଏହା ଦେଖି ନାଉରି ଗାଁ ଲୋକଙ୍କୁ ଅବଗତି କଲେ ଏବଂ ଯେହେତୁ ସେ କାଉଟି ଅର୍ଥାତ କାକଟି ସେହି ସ୍ଥାନରେ ଅଟକି ଯାଇଥିଲା l କାକ ଅଟକି ଥିବାରୁ କାକ + ଅଟକ = କାକଟପୁର ନାମରେ ନାମିତ ହେଲା ସେହି ସ୍ଥାନ ଏବଂ ମାଁ ମଙ୍ଗଳାଙ୍କୁ କାକଟପୁର ମଙ୍ଗଳା ବୋଲି ଆଖ୍ୟା ଦିଆଗଲା l

Comments are closed, but trackbacks and pingbacks are open.