୨୦୨୨-୨୩ ବଜେଟର ମୁଖ୍ୟ ସାରାଂଶ

17

ମଙ୍ଗଳବାର ସଂସଦରେ ୨୦୨୨-୨୩ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ମୋଦି ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଶର ଏହା ୧୦ମ ସାଧାରଣ ବଜେଟ୍‌ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଙ୍କର ଏହା ୪ର୍ଥ ବଜେଟ । ଏହି ବଜେଟ ରେ ଚାଷୀଙ୍କୁ ପ୍ରାଧାନ୍ୟ ଦେଇଛନ୍ତି ସରକାର । ଏହା ସହିତ ରସାୟନ ମୁକ୍ତ ଚାଷକୁ ପ୍ରୋତ୍ସାହନ ଦେବାକୁ ସରକାର ପ୍ରତିଶୃତିବଦ୍ଧ ବୋଲି ନିର୍ମଳା କହିଛନ୍ତି । ଚାଷୀଙ୍କୁ ଡିଜିଟାଲ ସୁବିଧା ଯୋଗାଇ ଦିଆଯିବା ସହ ଚାଷୀଙ୍କ ଠାରୁ ଏମଏସପି ଦରରେ ରେକର୍ଡ ସଂଖ୍ୟକ ଉତ୍ପାଦିତ ଦ୍ରବ୍ୟ କିଣାଯିବ ବୋଲି କହିଲେ ଅର୍ଥମନ୍ତ୍ରୀ । ଏମଏସଏମଇ କ୍ଷେତ୍ର ପାଇଁ ୨ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ସହାୟତା ଯୋଗାଇଦିଅଯିବ । ବ୍ୟବସାୟ ଓ ରୋଜଗାର ପାଇଁ ଡିଜିଟାଲ ସ୍କିଲକୁ ବଢାଯିବ । ତାହା ସହ ପିଲାଙ୍କ ପାଇଁ ନିର୍ଦ୍ଦିଷ୍ଟ ଆଇଟିଆଇରେ ଡିଜିଟାଲ ସ୍କିଲର କୋର୍ସ ଆରମ୍ଭ କରାଯିବ । ଗୋଟିଏ ବର୍ଷରେ ୨୦ ହଜାର କୋଟି ବ୍ୟୟବରାଦରେ ୨୫ ହଜାର କିଲୋମିଟର ହାଇୱେ ନିର୍ମାଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ଆଗାମୀ ୨୫ ବର୍ଷକୁ ଲକ୍ଷ୍ୟ ରଖି ଏହି ବଜେଟ୍‍ ପ୍ରସ୍ତୁତ କରାଯାଇଥିବା କହିଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ମେକ୍ ଇନ୍ ଇଣ୍ଡିଆ ଜରିଆରେ ୬୦ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯିବା ନେଇ ଲକ୍ଷ୍ୟ ରଖିଛନ୍ତି ସରକାର । ଅବଶ୍ୟ କିଛି କ୍ଷେତ୍ରରେ ସାଧାରଣ ଲୋକଙ୍କ ପାଇଁ ଆଶ୍ବସ୍ତୀକର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଯେମିତିକି ଆୟକର ଫେରସ୍ତ ସମୟରେ ହେଉଥିବା ତ୍ରୁଟିକୁ ସୁଧାରିବା ପାଇଁ ୨ ବର୍ଷ ସମୟ ଦିଆଯାଇଛି ।

ଏହା ସହିତ ୫ ଟି ନଦୀକୁ ସଂଯୋଗୀ କରଣ କରାଯିବା ସହ ପିଏମ ଗତି ଶକ୍ତି ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ଆଗାମୀ ୩ ବର୍ଷ ମଧ୍ୟରେ ୪୦୦ ନୂଆ ‘ବନ୍ଦେ ଭାରତ’ ଟ୍ରେନ ଗଡିବ ।ଏହା ସହିତ ଆଇଟି ଓ ଘରୋଇ ସେକ୍ଟରକୁ ପୋତ୍ସାହନ ଦିଆଯିବା I

Leave A Reply

Your email address will not be published.