ରକ୍ତଚରିତ୍ର କେବିଏନ ଗ୍ରୁପ ର ମୁଖ୍ୟସଦସ୍ୟ ଚେଙ୍ଗ ଘର ହେଲା ଚୁନା

24

ରକ୍ତଚରିତ୍ର କେବିଏନ ଗ୍ରୁପ ର ମୁଖ୍ୟସଦସ୍ୟ ଚେଙ୍ଗ ଫେରାର ହୋଇ ଯାଇ ଥିବାବେଳେ ତାର ଦୁଇ ଚେଲା ଙ୍କୁ ଆଜି କମିଶନରେଟ୍‌ ପୁଲିସ୍‌ ଗିରଫ କରିଛି I ଚେଙ୍ଗକୁ ଖୋଜିବା ପାଇଁ ପୋଖରୀପୁଟ ସ୍ଥିତ ଘରକୁ ଯାଇଥିଲା କିନ୍ତୁ ସେଠାରେ ଚେଙ୍ଗକୁ ପୋଲିସ ପାଇନଥିଲା ଇସେଠାରେ ତାକୁ ନପାଇ ମଚେଙ୍ଗ ବ୍ୟବହାର କରୁଥିବା ମାରଣାସ୍ତ୍ର ଖୋଜିବା ପାଇଁ ତା’ ଘର ଆଜବେଷ୍ଟସ ଭାଙ୍ଗିବା ସହିତ ଚଟାଣକୁ ଖୋଳି ଦେଇଛି ।


ସୂଚନାରୁ ପ୍ରକାଶ କିଛିଦିନ ତଳେ ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ଯେଉଁ ଭିଡିଓରେ ଦେଖିବାକୁ ମିଳିଥିଲା, କିଛି ଯୁବକ ହାତରେ ବନ୍ଧୁକ ଓ ଖଣ୍ଡା ଧରି ରାଜଧାନୀ ଭୁବନେଶ୍ୱରରେ ଉତ୍ପାତ କରୁଛନ୍ତି। ଧମକ ଚମକ ଦେଉଛନ୍ତି। ସେହି ଭିଡିଓ ଭାଇରାଲ୍‌ ହେବା ପରେ ରାଜଧାନୀରେ ଭୟର ବାତାବରଣ ଖେଳି ଯାଇଥିଲା। ଆଉ ପୁଲିସ ନିଷ୍କ୍ରିୟାତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ପରେ କମିଶନରେଟ୍‌ ପୁଲିସ ତତ୍ପର ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପ୍ରକ୍ରିୟା ଆରମ୍ଭ କରିଛି।ଭୁବନେଶ୍ୱର ସିଆରପି ଛକ ଆକ୍ରମଣ ଘଟଣାରେ ଏମାନେ ସାମିଲ ଅଛନ୍ତି। ସୋଶାଲ ମିଡିଆ ସହ ଗଣମାଧ୍ୟମରେ ଏନେଇ ବାରମ୍ବାର ଖବର ପ୍ରସାରଣ ପରେ କମିଶନରେଟ ପୁଲିସ ପଦକ୍ଷେପ ନେଇଛି। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଗ୍ୟାଙ୍ଗର ୨୯ ଜଣ ସଦସ୍ୟଙ୍କ ବିରୋଧରେ ମାମଲା ହୋଇଛି। ପୂର୍ବରୁ ୫ ଜଣ ଗିରଫ ହୋଇ ଜେଲ୍‌ ଯାଇଛନ୍ତି। ଆଜି ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜିବା ପ୍ରକ୍ରିୟା ଜାରି ରହିଛି। ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ। ସେହି ଗ୍ରୁପ୍‌ର ଦ୍ୱିତୀୟ ଭିଡିଓ ହସ୍ତଗତ ହୋଇଛି। ତାକୁ ମଧ୍ୟ ତର୍ଜମା ଚାଲିଛି ବୋଲି ଡିସିପି କହିଛନ୍ତି

ଡିସିପି ଆହୁରି ମଧ୍ୟ କହିଛନ୍ତି, ଯଦି କୌଣସି ବ୍ୟକ୍ତି କେବିଏନ୍‌ ଗ୍ରୁପ୍‌ର ଆକ୍ରମଣରେ ଶିକାର ହୋଇଛନ୍ତି, ତାହାହେଲେ ସେମାନେ ଚାହିଁଲେ ଅଭିଯୋଗ କରିପାରିବେ। ଦରକାର ପଡ଼ିଲେ ସେମାନଙ୍କ ନାଁ ଗୋପନ ରଖାଯିବ I

Leave A Reply

Your email address will not be published.