ଆଖଣ୍ଡଳମଣିଙ୍କ ମନ୍ଦିରରେ ବିଶୃଙ୍ଖଳିତ ସେବାୟତଙ୍କ ଉନ୍ମତ କାଣ୍ଡ

24

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାରେ ଅବସ୍ଥିତ ଆଖଣ୍ଡଳମଣିଙ୍କ ମନ୍ଦିରରେ ବିଶୃଙ୍ଖଳିତ ସେବାୟତଙ୍କ ଉନ୍ମୁକ୍ତ କାଣ୍ଡ ଘଟିଛି । ଛୁରା ମାଡରେ ଜଣେ ସେବାୟତ ଗୁରୁତର ହୋଇଛନ୍ତି । ଏପରିକି ଛୁରାମାଡ କରିଥିବା ସେବାୟତ ଜଣକୁ ଥାନାରେ ଅଟକ ରଖିଛି ପୋଲିସ । ମନ୍ଦିରରେ ଦୀର୍ଘଦିନ ଧରି ବିଶୃଙ୍ଖଳିତ କରିବା ସହ ମନ୍ଦିର ନିୟମକୁ ଉଲ୍ଲଙ୍ଘନ କରି ବେଆଇନ ଭାବେ ଆଗନ୍ତୁକ ଭକ୍ତଙ୍କୁ ପାଦୁକ ଚନ୍ଦନ ଦେଇ ଜୋରଜବରଦସ୍ତ ଭେଟି ଆଦାୟ କରି ଆସୁଥିଲେ । ଏପରି ନକରିବାକୁ ଚଳିତମାସ ୧୦ ତାରିଖରେ ମନ୍ଦିର ପ୍ରଶାସନ ପକ୍ଷରୁ କଟକଣାକୁ କଡାକଡି କରାଯିବା ସହ ନଟକା ଜାରି କରାଯାଇଥିଲା । ହେଲେ କିଛି ସେବାୟତ ଏହି ନିୟମ ଓ କଟକଣାକୁ ମାନି ନଥିଲେ ଅପରପକ୍ଷେ ମନ୍ଦିର ଗର୍ଭଗୃହକୁ ଭକ୍ତ ଓ ଅଣସେବାୟତଙ୍କୁ ପ୍ରବେଶ କରାଇବା ସହ ମନ୍ଦିର ବେଢା ମଧ୍ୟରେ ବେଆଇନ ଭାବେ ଭେଟି ଆଦାୟ କରିଥିଲେ ଆଜି ୧୨ଟା ସମୟରେ ଏପରି ନକରିବାକୁ କିଛି ସେବାୟତ ବାରଣ କରିବାରୁ ତପନ ପାଢୀ ଓ ତାଙ୍କ ସହଯୋଗୀ ଛୁରା ମାଡ଼ କରିଥିଲେ । ଫଳରେ ଗଦାଧର ପାଢ଼ୀ ଗୁରୁତ୍ୱର ଆହାତ ହୋଇ ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏପରିକି ଗତ ୨୩ରେ ୩୩ ଜଣ ବିଶୃଙ୍ଖଳିତ ସେବାୟତଙ୍କ ନାଁରେ ମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିଲା ଧୁଷୁରୀ ଥାନାରେ ଏତଲା କରାଯାଇଥିଲା । ପୁଲିସ କେସ୍ ନମ୍ବର ୩୭୯ରେ ମାମଲା ରୁଜୁ କରି ତପନ ପାଢ଼ୀକୁ ଗିରଫ କରିଥିବା ଜଣାପଡ଼ିଛି

Comments are closed, but trackbacks and pingbacks are open.