ମହଣ ମହଣ ସୁନାରେ ଝଲସିଲେ ମହାପ୍ରଭୁ

156

ଭୁବନେଶ୍ବର: ମହଣ ମହଣ ସୁନାରେ ଝଲସିଛନ୍ତି ତିନିଠାକୁର। ଆଜି ମହାପ୍ରଭୃଙ୍କ ସୁନାବେଶ ଥିବାରୁ ଲକ୍ଷଲକ୍ଷ ଭକ୍ତଙ୍କ ପୁରୀରେ ସମାଗମ ହୋଇଛି। ରଥ ଚାରିପଟେ କର୍ଡନ ମାଧ୍ୟମରେ ଭକ୍ତମାନେ ବୁଲିବୁଲି ତିନିଠାକୁରଙ୍କ ସୁନା ବେଶକୁ କରୁଛନ୍ତି ଦର୍ଶନ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଆଜି ଧାର୍ଯ୍ୟ ନୀତି ନିର୍ଘଣ୍ଟ ପୂର୍ବରୁ, ଅପରାହ୍ନ ୪.୪୫ ଠାରୁ ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ୟ ସୁନାବେଶ ଆରମ୍ଭ ହୋଇଥିଲା। ଦୁର୍ଲଭ ବଡ଼ ତଢ଼ାଉ ବେଶ ବା ସୁନାବେଶ ରେ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ଦର୍ଶନ ଦେଇଛନ୍ତି। ଆଜି ରାତ୍ର ୧୧.୦୦ ଘଟିକା ଯାଏଁ ସୁନାବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ।  ଜଗାର ତୁଳସୀ ଦୟଣା ମାଳ ଭାରି ପ୍ରିୟ । ଭୋଗ ହେଉ କି ପାଦୁକା ତୁଳସୀ ନ ପଡ଼ିଲେ ପ୍ରଭୁଙ୍କ ପାଖରେ ଲାଗି ହୁଏ ନାହିଁ କିଛି । ସେଇଥିପାଇଁ ତ କାଳିଆ ସାଆନ୍ତଙ୍କ ଅନ୍ୟାନ୍ୟ ସେବା ଭିତରେ ଅନ୍ୟତମ ସେବା ହେଉଛି ତୁଳସୀ ସେବା । ପ୍ରତିଦିନ ସାଆନ୍ତଙ୍କ ପାଖରେ ଲାଗି ହୋଇଥାଏ ତୁଳସୀ । ରଥ ଉପରେ ସୁନାବେଶ ଲାଗି ହେବା ପରେ ଏହା ମହାପ୍ରଭୁଙ୍କ ମସ୍ତକରେ ଏହି ଚୁଳ ଓ଼ ମାଳ ଲଗାଇବାର ପରମ୍ପରା ରହିଛି l ତୁଳସୀ ସହିତ ବିବିଧ ବାସ୍ନା ଫୁଲର ସମାହାର ଏହି ଚୁଳ l ଯାହାକୁ ଅତି ଆକର୍ଷଣୀୟ ଭାବେ ପ୍ରସ୍ତୁତ କରିଛନ୍ତି ଦୟାଣା ମାଳି ସେବାୟତ l

Comments are closed, but trackbacks and pingbacks are open.