ଟିଏମସି ସାଂସଦ ମୋହୁଆ ମଇତ୍ରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ଲୋକସଭା ବାଚସ୍ପତି

16

ଲୋକସଭା ଭିତରେ ତୃଣମୂଳ କଂଗ୍ରେସ ସାଂସଦ ମୋହୁଆ ମଇତ୍ର ଙ୍କ ଆଚରଣକୁ ନେଇ ଲୋକସଭା ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି ଯେ ଗୃହ ଭିତରେ କିମ୍ବା ବାହାରେ, ଗଣମାଧ୍ୟମ କିମ୍ବା ସୋସିଆଲ ମିଡିଆରେ ବାଚସ୍ପତିଙ୍କ ପୋଡିୟମ ଉପରେ ମନ୍ତବ୍ୟ ଦେବା ଠାରୁ ଦୂରେଇ ରହିବା ଉଚିତ।
ସୂଚନାଯୋଗ୍ୟ, ଗୁରୁବାର ମୋହୁଆ ମୋଇତ୍ର ଲୋକସଭାରେ ନିଜର ବକ୍ତବ୍ୟ ରଖିବା ସମୟରେ ବାଚସ୍ପତିଙ୍କ ଚୌକିରେ ବିଜେପି ସାଂସଦ ରମା ବେଦୀ ବସିଥାନ୍ତି । ନିଜ ସମ୍ୱୋଧନ ପରେ ଟିଏମସି ସାଂସଦ କହିଥିଲେ, ତାଙ୍କୁ ଯେଉଁ ସମୟ ଦିଆଯାଇଥିଲା ସେଥିରେ ତାଙ୍କୁ କହିବାକୁ ସୁଯୋଗ ଦିଆଗଲା ନାହିଁ । ମୋହୁଆଙ୍କ ଅଭିଯୋଗ, ସଂସଦରେ ଅଭିଭାଷଣ ରଖିବା ସମୟରେ ରମା ଦେବୀ ତାଙ୍କୁ ଆରାମରେ କହିବାକୁ କହି ଅଟକାଇବାକୁ ପ୍ରୟାସ କରିଥିଲେ । ଟ୍ୱିଟ କରି ଟିଏମସି ସାଂସଦ କହିଛନ୍ତି, ‘ମୋତେ ଅଟକାଇବା ସହ ଏହା କହିବାକୁ ଅଧ୍ୟକ୍ଷ କିଏ ? ମୋତେ ଆରାମରେ କହିବା ଦରକାର କି ରାଗରେ କହିବା ? ଏହା ଆପଣଙ୍କ କାମ ନୁହେଁ । ଆପଣ କେବଳ ମୋତେ ଆଇନ ଅନୁସାରେ ଠିକ୍ କରିପାରିବେ । ଆପଣ ଲୋକସଭାରେ ନୈତିକତା ବିଜ୍ଞାନର ଶିକ୍ଷକ ନୁହନ୍ତି’।

କିଛି ମିଡିଆ ରିପୋର୍ଟ ଅନୁସାରେ, ଲୋକସଭା ବାଚସ୍ପତିଙ୍କ ସମାଲୋଚନା ପାଇଁ ଟିଏମସିର କୃଷ୍ଣାନଗର ସାଂସଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। କିମ୍ୱା ନିଜ ବ୍ୟବହାର ପାଇଁ ଟିଏମସି ସାଂସଦଙ୍କୁ ଚେତାବନୀ ମଧ୍ୟ ଦିଆଯାଇପାରେ । ରିପୋର୍ଟ ଅନୁସାରେ ତ୍ରୁଣମୃଳ କଂଗ୍ରେସ ମଧ୍ୟ ନିଜ ସାଂସଦଙ୍କ ଏପରି ବ୍ୟବହାରରେ ଖୁସି ନୁହେଁ।

Leave A Reply

Your email address will not be published.