ପୌରନିର୍ବାଚନ ପାଇଁ ୫ ଦିନ ବନ୍ଦ ରହିବ ମଦ ଦୋକାନ

13

ଆସନ୍ତା ମାର୍ଚ୍ଚ ୨୪ ରେ ପୌର ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୨୬ ତାରିଖ ଏହାର ଫଳାଫଳ ପ୍ରକାଶିତ ହେବ ।୧୪ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ ପ୍ରଚାର ମୈଦାନ ସରଗରମ ହୋଇ ଉଠିଛି I ଏହି ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ଅବକାରୀ ବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛି । ପୌର ନିର୍ବାଚନ ପାଇଁ ୫ ଦିନ ବନ୍ଦ ରହିବ ମଦ ଦୋକାନ । ମାର୍ଚ୍ଚ ୨୨ରୁ ୨୬ ଡ୍ରାଏ ଡେ ଘୋଷଣା ହେବ । ସବୁ ମଦ ଦୋକାନ, ବାର ବନ୍ଦ ପାଇଁ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଏହାସହ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ କୁ ସ୍ୱଚ୍ଛ ଓ ଅପରାଧ ମୁକ୍ତ ତଥା କୌଣସି ଅପ୍ରୀତିକର ପରିସ୍ଥିତି କୁ ଏଡ଼ାଇବା ପାଇଁ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏଭଳି ଘୋଷଣା କରାଯାଇଛି ।

Comments are closed, but trackbacks and pingbacks are open.