ସ୍କୁଲରେ ଚାଲିଥିଲା ମଦ ବ୍ୟବସାୟ, ଅବକାରୀ ବିଭାଗର ଚଢଉ

25

ଭୁବନେଶ୍ବର: ବିଦ୍ୟାଳୟ ଭଳି ପବିତ୍ର ମନ୍ଦିରରେ ଚାଲିଥିଲା ନକଲି ମଦ କାରବାର। ଅବକାରୀ ବିଭାଗ ଚଢଉ କରି ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଫୁଲଝର ଗାଁର ଏକ ଘରୋଇ ସ୍କୁଲରେ ଏଭଳି ହୋଇଥିବା ସୂଚନା ମିଳିଛି। ଖବର ପାଇ ଚଢଉ କରିଥିଲା ରାଉରକେଲା ଅବକାରୀ ବିଭାଗ । ଚଢଉ ବେଳେ ୯୩୬ ଲିଟର ନକଲି ଦେଶୀ ମଦ ଜବତ କରିଛି ଅବକାରି ବିଭାଗ । ଘଟଣାରେ ମଦ ବ୍ୟବସାୟୀ ପବନ ମିତ୍ତଲ ଓ ଘରୋଇ ସ୍କୁଲ ମାଲିକ ସୁରେନ୍ଦ୍ର ଡାଇକଙ୍କୁ ଗିରଫ କରଯାଇଛି । ଉଭୟଙ୍କ ନିକଟରୁ ମଦ ତିଆରିରେ ବ୍ୟବହୃତ ବିପୁଳ ପରିମାଣର ଲେବୁଲ, କ୍ୟାପ୍‌, ଇଏଏଲ, ଖାଲି ବୋତଲ, ଗୋଟିଏ କାର ଜବତ ହୋଇଛି । ଝାଡ଼ଖଣ୍ଡରୁ ନକଲି ବିଦେଶୀ ମଦ ଆଣି ବିଭିନ୍ନ ଢାବାରେ ବିକ୍ରୀ କରୁଥିବା ଅବକାରୀ ବିଭାଗ ତଦନ୍ତରୁ ଜଣାପଡ଼ିଛି । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ବିଦ୍ୟାଳୟ ଭଳି ପବିତ୍ର ସ୍ଥାନରେ ଏଭଳି କାରବାର ଲାଗି କିଏ ଅନୁମତି ଦେଲା ତାହାକୁ ନେଇ ପ୍ରଶ୍ନ ଘନୀଭୂତ ହୋଇଛି। ଏଭଳି କାରବାର ଲାଗି ପ୍ରଶ୍ରୟ ଦେଇଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Comments are closed, but trackbacks and pingbacks are open.