ଭିତର ରତ୍ନଭଣ୍ଡାର କୁ ନେଇ ଗୃହରେ ଉତ୍ତର ରଖିଲେ ଆଇନମନ୍ତ୍ରୀ

21

ପୁରୀ ରତ୍ନଭଣ୍ଡାର ଖୋଲିବା ନେଇ ଆଜି ବିଧାନସଭାରେ ଏହାର ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ଭିତର ରତ୍ନ ଭଣ୍ଡାର ଖୋଲିବ ନିଷ୍ପତି ଏ ଯାଏ ହୋଇନାହିଁ ସେହିଭଳି ମନ୍ଦିର ନିୟମ ଓ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଆଦେଶ ହେଲେ ସେହି ଅନୁଯାୟୀ ରତ୍ନ ଭଣ୍ଡାର ଖୋଲାଯାଇପାରିବ ଆଇନ ମନ୍ତ୍ରୀ କହିଛନ୍ତି ।
ଜଗନ୍ନାଥ ମନ୍ଦିର ନିୟମ ୧୯୬୦ର ୬(୧) ଅନୁଯାୟୀ କେବଳ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଆଦେଶ ଓ ପରିସୀମା ଆଧାରରେ ଭିତର ରତ୍ନଭଣ୍ଡାରର ଚାବି ଖୋଲାଯାଇପାରିବ । ଭିତର ରତ୍ନଭଣ୍ଡାରର ସଂରକ୍ଷଣ ଓ ମରାମତି ଆବଶ୍ୟକତା ଅଛି କି ନାହିଁ, ତାହା ଯାଂଚ କରିବା ପାଇଁ ଅନୁମତି ଅନୁଯାୟୀ ପ୍ରାଧିକୃତ ବ୍ୟକ୍ତିଙ୍କ ସହ ଭାରତୀୟ ପ୍ରତ୍ନତତ୍ୱ ବିଭାଗର ବିଶେଷଜ୍ଞ ଦଳ, ୨୦୧୮ ଏପ୍ରିଲ ୪ତାରିଖରେ ଭିତର ରତ୍ନଭଣ୍ଡାର ଯାଂଚ କରିଥିଲେ ।
ରଥଯାତ୍ରା ସମୟରେ ଠାକୁର ମନ୍ଦିରରେ ନଥିବା ବେଳେ ପୁନଶ୍ଚ ଭିତର ରତ୍ନଭଣ୍ଡାରର ଭିତରପଟ ପରୀକ୍ଷା ନିରୀକ୍ଷା କରିବାକୁ ଉକ୍ତ ବିଶେଷଜ୍ଞ ଦଳ ମତ ପ୍ରଦାନ କରିଥିଲେ । ତେବେ ଭିତର ରତ୍ନଭଣ୍ଡାରରେ କେତେ ପରିମାଣର ଅଳଙ୍କାର ରହିଛି, ସେଗୁଡିକ ଠିକ୍ ଅଛି କି ନାହିଁ ସେବାବଦରେ ଜାଣିବାକୁ ଚାହୁଁଛନ୍ତି ଓଡ଼ିଶାବାସୀ । ଯେଉଁଥିପାଇଁ ରତ୍ନଭଣ୍ଡାର ଖୋଲିବା ନେଇ ବହୁ ଦିନ ରୁ ଓଡିଶା ବାସି ଙ୍କ ଉତ୍କଣ୍ଠା ରହୁଛି I ତେଣୁ ଏ ବିଷୟ ରେ ମନ୍ତ୍ରୀ ପ୍ରତାପ ଜେନା ଆଜି ଗୃହ ରେ ଆଜି ଲିଖିତ ଆକାରରେ ଗୃହରେ ବିବୃତି ରଖିଥିଲେ I

Leave A Reply

Your email address will not be published.