କେନ୍ଦ୍ରାପଡାରେ ୧ ଲକ୍ଷ କୋଟି ଟଙ୍କା ନିବେଶରେ ପ୍ରତିଷ୍ଠା ହେବ ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ : ୧୬ ହଜାରରୁ ଅଧିକ ଲୋକଙ୍କୁ ମିଳିବ ନିଯୁକ୍ତି

15

କେନ୍ଦ୍ରାପଡ଼ାରେ ଦେଶ ର ସର୍ବ ବୃହତ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ଦ୍ବାରା ସମନ୍ବିତ ଷ୍ଟିଲ ପ୍ଲାଣ୍ଟକୁ ମିଳିଛି ମଞ୍ଜୁରୀ । ୧ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା ହେବାକୁ ଥିବା ବେଳେ ଏଥିରେ ୧୬ ହଜାରରୁ ଅଧିକ ଲୋକଙ୍କୁ ମିଳିବ ନିଯୁକ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ୨୪ ନିୟୁତ ଟନ୍ କ୍ଷମତାସମ୍ପନ୍ନ ସମନ୍ବିତ ଏହି ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ଆର୍ସେଲର ମିତ୍ତଲ । ଏହି ବୃହତ ପୁଞ୍ଜି ନିବେଶ ଦ୍ବାରା ଓଡ଼ିଶାରେ ଗତ ବର୍ଷକ ଭିତରେ ୨ଲକ୍ଷ ୭୦ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି ।
ଏହି ବୃହତ୍ତ ପ୍ରକଳ୍ପଟି ସମଗ୍ର ଦେଶରେ ସର୍ବବୃହତ୍ତ ଇସ୍ପାତ କାରଖାନାର ମାନ୍ୟତା ହାସଲ କରିବ । କେନ୍ଦ୍ରାପଡ଼ାରେ ନିଜ ଉତ୍ପାଦନ କ୍ଷେତ୍ରରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ଅତ୍ୟାଧୁନିକ ଜ୍ଞାନକୌଣଳର ଉପଯୋଗ କରି ପରିବେଶ ଅନୁକୂଳ ଓ ବହୁବିଧ ବିଶେଷତାସମ୍ପନ୍ନ ଇସ୍ପାତ ଉତ୍ପାଦନ କରିବ ବୋଲି କୁହାଯାଇଛି। ଏହି ପ୍ଲାଣ୍ଟରୁ ବାର୍ଷିକ ୧୮.୭୫ ମେଟ୍ରିକ୍ ଟନ୍ ସିମେଣ୍ଟ ଉତ୍ପାଦନ କରିବାର କ୍ଷମତା ପ୍ରାପ୍ତ ହେବ । ଯାହା ଏହି କାରଖାନାକୁ ଦେଶର ଅନ୍ୟତମ ସର୍ବବୃହତ ସିମେଣ୍ଟ କାରଖାନାରେ ପରିଣତ ହେବାର ଗୌରବ ପ୍ରଦାନ କରିବା ସହ ଅଂଚଳର ଭିତ୍ତିଭୂମିର ବିକାଶକୁ ତ୍ବରାନ୍ବିତ କରିବାରେ ସହାୟକ ହେବ । ତେବେ ଏହି ବୃହତ ପ୍ରକଳ୍ପ ଟି ପର୍ଯ୍ୟାୟକ୍ରମେ ୭ବର୍ଷରେ ସମ୍ପୂର୍ଣ୍ଣ ହେବ ଏବଂ ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ହାସଲ ହେବ । ।

Leave A Reply

Your email address will not be published.