ପଶୁ ମୁକ୍ତ ହୋଇଯିବ ଦେଶ

23

ରାଜଧାନୀରେ ବୁଲି ପାରିବେନି ବୁଲା କୁକୁର । ଦିନକୁ ଦିନ ଲାଗୁଛି ପଶୁ ମୁକ୍ତ ହୋଇଯିବ ଦେଶ । କେତେବେଳେ ହକି ପାଇଁ ଗାଈ , କୁକୁରଙ୍କୁ ହଟାଯାଉଛି ତ ପୁଣି କେତେବେଳେ ସୁରକ୍ଷାକୁ ଆଖିରେ ରଖି ତଡି ଦେଉଛନ୍ତି । ଏ ସ୍ୱାର୍ଥପର ଦୁନିଆରେ ମଣିଷମାନେ ସଦା ସର୍ବଦା ନିଜ ସ୍ୱାର୍ଥ ପାଇଁ ନିରୀହ, ଅସହାୟ ପଶୁଙ୍କୁ ସମାଜରୁ ତଡିବାକୁ ଆପ୍ରାଣ ଉଦ୍ୟମ ଚେଷ୍ଟା ଜାରି ରଖିଛନ୍ତି । ସମସ୍ତଙ୍କୁ ସମାଜ ବଞ୍ଚି ରହିବା ସମ୍ପୂର୍ଣ ଅଧିକାର ରହିଛି । କିନ୍ତୁ ବୋଧ ଏହାକୁ ବୁଝି ପାରିନାହାନ୍ତି ମଣିଷସମାଜ । ହଁ ଆଞା କଥା ଟିକିଏ ଅଡୁଆ ଲାଗିଲେ ବି ପୁରା ସତ । ସମାଜ ରହିବେନି ବୁଲା ଜୀବ ।

ହକି ସମୟରେ ଦେଖିବାକୁ ମିଳିଥିଲା ଏହି ହୃଦୟ ବିଦାରକ ଦୃଶ୍ୟ ଯାହା ସମସ୍ତଙ୍କୁ ସ୍ତବ୍ଦ କରିଦେଇଥିଲା । କିନ୍ତୁ ବର୍ତ୍ତମାନା ତାହାର ପୁନରାବୃତ୍ତି ହେବାକୁ ଯାଉଛି । ହାଇଦ୍ରାବାଦରେ ଗୋଟେ ୫ବର୍ଷ କୁନି ପୁଅକୁ କୁକୁରମାନେ ଘେରି ଟଣାଓଟରା କରଥିଲେ । ପିଲାଟିର ପକେଟ୍‌ରେ କିଛି ଖାଦ୍ୟ ସାମଗ୍ରୀ ଥିଲା, ଭୋକିଲା କୁକୁରଙ୍କୁ କଣ ବା ଜଣା । ସେ ତ କେବଳ ଭୋକ ମେଣ୍ଟେଇବାକୁ ପିଲାଟି ପାଖକୁ ଧାଇଁ ଯାଇଥିଲେ । ପିଲାଟିକୁ ଭୋକ ବିକଳରେ ଟଣାଓଟରା କରିପକାଇଥିଲେ । ଏହାରି ଭିତରେ ପିଲାଟି ପେଟରେ କୁକୁରଙ୍କ ଦାନ୍ତ ବାଜି ଯ।।ଇଥିଲା ଓ ବେକରେ ଆଘାତ ଲାଗିଥିଲା । ଯାହା ଦ୍ୱାରା ଘଟଣାସ୍ଥଳରେ ପିଲାଟିର ଜୀବନ ଚାଲିଯାଇଥିଲା । କିନ୍ତୁ ସବୁଠୁ ବଡ ଆଶ୍ଚର୍ଯ୍ୟ କଥା ପିଲାଟି ଖୁବ୍ ଚିତ୍କାର କରିଥିବ, କୁକୁରମାନେ ଭୁକିଥିବେ, କଣ କେହି ଶୁଣି ପାରିଲେନି ।

ଏତେ ସମୟ ଯାଏ କଣ ପିଲାଟିର ବାପା ମା ତାକୁ ଖୋଜି ନଥିଲେ । ଦୋଷ ଏଠି କାହାର? ଭୋକିଲା ପଶୁଙ୍କର ନାଁ ବାପା ମାଙ୍କର । ଆମେ ଏଠି କାହାକୁ ଦୋଷ ଦେଉନାହୁଁ କି କୋଣସି କ୍ରୁରତାକୁ ପ୍ରଶୟ ଦେଉନାହୁଁ । ଯଦି ସେମାନେ ଠିକୁ ଭୁଲ୍ ବିଚାର କରିପାରିଥାଆନ୍ତେ, ହୁଏତ ସେମାନେ ପଶୁ ହୋଇନଥାନ୍ତେ । ପ୍ରଶ୍ନ ଆମର ବିଚାର ଆପଣଙ୍କର?

Comments are closed, but trackbacks and pingbacks are open.