ବିଜେଡିର ଖେଳ ବିଗାଡିବେ ପ୍ରଦୀପ!

19

ବିଜେଡିର ଖେଳ ବିଗାଡିବେ କି ପ୍ରଦୀପ? ବ୍ରହ୍ମପୁର ରାଜନୀତିରେ ପୁଣି ପ୍ରଦୀପଙ୍କ ଆର୍ବିଭାବ ! ତିଆରି ହେଉଛି ନୂଆ ସମ୍ମିକରଣ । ପତିଆରା ପ୍ରଦର୍ଶନ କଲେ ପ୍ରଦୀପ । ସିଦ୍ଧାନ୍ତଙ୍କୁ ଟକ୍କର ଦେବାକୁ ଯୋଜନା
। ବିଜେଡିର ଖେଳ ବିଗାଡିବାକୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରୟାସ । ସିଦ୍ଧାନ୍ତ ମହାପାତ୍ର ସକ୍ରିୟ ହେବା ପରେ ପତିଆରା ପ୍ରଦର୍ଶନ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ । ନିଜ ନିର୍ବାଚନ ମଣ୍ଡଳୀରେ ପହଁଞ୍ଚିବା ପରେ ପ୍ରଦୀପଙ୍କ ଉପରେ ଫୁଲବର୍ଷା କରାଯାଇଛି । ଗୋପାଳପୁର ନିର୍ବାଚନମଣ୍ଡଳୀର ଖୋଡ଼ାସିଂରେ ପହଞ୍ଚିବା ପରେ ପ୍ରଦୀପଙ୍କୁ ଏହିପରି ଢଙ୍ଗରେ ସ୍ୱାଗତ କରିଛନ୍ତି ତାଙ୍କ ସମର୍ଥକ । ପ୍ରଦୀପ ବିଜେଡିରୁ ବହିଷ୍କୃତ ହେବା ପରେ କିଛି ଦିନ ପାଇଁ ରାଜନୀତିରେ ସକ୍ରିୟ ନଥିବା ଦେଖାଯାଇଥିଲା ।

ତେବେ ୨୦୨୪ ନିର୍ବାଚନ ଆସୁଥିବାରୁ ସେ ପୁଣି ନିଜର ନିର୍ବାଚନ ମଣ୍ଡଳୀରେ ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା କରୁଛନ୍ତି । ବୁଧବାର ଦିନ ବ୍ରହ୍ମପୁରର ପୂର୍ବତନ ବିଜେଡି ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଗଞ୍ଜାମରେ ପହଞ୍ଚିଥିଲେ । ବିଜେଡି ଜିଲ୍ଲା ସଭାପତି ରମେଶ ଚ୍ୟାଉ ପଟ୍ଟନାୟକଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା । ୪ବର୍ଷ ପରେ ସିଦ୍ଧାନ୍ତ ବ୍ରହ୍ମପୁର, ଗୋପାଳପୁର ଓ ମୋହନା ଅଞ୍ଚଳରେ ପହଁଞ୍ଚି ଦଳୀୟ ନେତାଙ୍କୁ ଭେଟିବା ଓ ସେମାନଙ୍କ ସହ ଘନ ଘନ ଆଲୋଚନା କରିବା ଏକ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଥିଲା । କୁହାଯାଉଛି ପ୍ରଦୀପଙ୍କୁ କାଉଣ୍ଟର କରିବା ପାଇଁ ଗୋପାଳପୁର ତଥା ଗଂଜାମ ଜିଲ୍ଲାରେ ସିଦ୍ଧାନ୍ତଙ୍କ ସହାୟତା ନେବାକୁ ଚେଷ୍ଟା କରୁଛି ବିଜେଡି ।

ଏପରିକି ଗୋପାଳପୁରରେ ପ୍ରଦୀପଙ୍କ ବିରୋଧରେ ସିଦ୍ଧାନ୍ତଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ଆରମ୍ଭ ହୋଇଯାଇଛି । ଆଉ ଏବେ ଏହାର ଜବାବ ଦେବାକୁ ଉଦ୍ୟମ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ । ସେଥିପାଇଁ ଆଜି ସେ ଗୋଟେ ପ୍ରକାରର ଶକ୍ତି ପ୍ରଦର୍ଶନ କରିଛନ୍ତି ।

Comments are closed, but trackbacks and pingbacks are open.