ସୌମ୍ୟ ରଞ୍ଜନ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ପାଖରେ ପହଞ୍ଚିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ

31

ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ଘଟଣା ର ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ କ୍ରାଇମବ୍ରାଞ୍ଚ ପାଖରେ ପହଞ୍ଚିଲା I ଏଥିରେ ରହିଛି ସୌମ୍ୟରଞ୍ଜଙ୍କ ପତ୍ନୀ ବିଦ୍ୟାଭାରତୀ, ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ I ପୁରୁଣା ବୟାନ ସହ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟକୁ ତର୍ଜମା କରା ଯାଉଥିବା ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଏହି ରିପୋର୍ଟ ଆଧାରରେ ଖୁବଶୀଘ୍ର ଆଗକୁ ବଢିବ ତଦନ୍ତ ।
ସୂଚନାନୁସାରେ, ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ଅଭିଯୁକ୍ତ କୁହାଯାଉଥିବା ପତ୍ନୀ ବିଦ୍ୟାଭାରତୀ, ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ସୌମ୍ୟଙ୍କ ରୋଷେୟାଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ୪ ଘଣ୍ଟାରେ ବିଦ୍ୟାଭାରତୀଙ୍କୁ ୧୦୦ ପ୍ରଶ୍ନ ପଚରାଯାଇଥିଲା । ଡିଏଫଓଙ୍କୁ ୨ଘଣ୍ଟାରେ ପଚରାଯାଇଥିଲା ୧୦୦ ପ୍ରଶ୍ନ । ସେହିପରି ରୋଷେୟାଙ୍କୁ ୬୦ପ୍ରଶ୍ନ କରିଥିଲା କ୍ରାଇମବ୍ରାଞ୍ଚ । ପ୍ରଥମେ ପୋଲିସର ଜେରା ପରେ କ୍ରାଇମବ୍ରାଞ୍ଚର ଜେରା ପରେ ଶେଷରେ ୩ ଜଣଙ୍କର ଲାଏ ଡିଟେକ୍ସନ କରାଯାଇଥିଲା ।ପାରଳାଖେମୁଣ୍ଡି ପୋଲିସ ର ବିଫଳତା ପରେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ହାତକୁ କେଶ ଏହି ସମ୍ବେଦନଶୀଳ କେଶ ଟି ଯାଇଛି I ତେବେ ଘଟଣାକୁ ୨ ମାସରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଘଟଣା ଉପରୁ ପରଦା ହଟିନାହିଁ I ସୌମ୍ୟ ଙ୍କ ପରିବାରକୁ କେବେ ନ୍ୟାୟ ମିଳିବ ତାକୁ ହିଁ ଅପେକ୍ଷା।

Leave A Reply

Your email address will not be published.