ଭୁବନେଶ୍ୱର ଖଟିରେ ଲାଗିବ ଲଗାମ, କମିଶନରେଟ ପୋଲିସ ପକ୍ଷରୁ କଡା ଚେତାବନୀ

55

ରାଜଧାନୀରେ ଅଯଥା ଖଟି ମାରିବା ମନା I ଛକ ସ୍ଥାନ ମାଙ୍କରେ ଖଟି ମାରୁଥିଲେ ଯିବାକୁ ପଡିବ ଜେଲ I ବିଶେଷ କରି ରାତି ସମୟରେ ଛକ ମାନଙ୍କରେ ଖଟି କରୁଥିବା ଯୁବକଙ୍କୁ ସାବାଡ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କମିଶନରେଟ ପୋଲିସ । ରାତ୍ରି ସମୟରେ ଖଟି ମାନଙ୍କରେ ନିଶା ସେବନ କରି ଯୁବକ ମାନେ ବିଭିନ୍ନ ଅପରାଧ ଘଟାଉଛନ୍ତି I ବର୍ତମାନ ରାଜଧାନୀ କୁ ଖଟି ମୁକ୍ତ କରିବା ପାଇଁ ଗଳି କନ୍ଦିରେ ପାଟ୍ରୋଲିଂକୁ ଜୋରଦାର କରିବା ସହ ଦାଗି ଅପରାଧୀଙ୍କୁ ଧରିବା ପାଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ସହିତ ବିଭିନ୍ନ ଅପରାଧରେ ଜଡିତ ଥିବା ଅପରାଧୀଙ୍କ ବିରୋଧରେ ଜାମିନ ବିହିନ ଗିରଫ ପରୱାନା ଜାରି କରିବା ସହ ସାମାନଙ୍କୁ ଧର ପଗଡ ଆରମ୍ଭ ହୋଇଛି । ଆଗକୁ ପୌର ନିର୍ବାଚନ ରହିଛି । ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନେଇ କମିଶନରେଟ ପୋଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ ହୋଇଛି। ଭୁବନେଶ୍ୱରର ୟୁପିଡିରେ ଥିବା ସମସ୍ତ ଥାନା ସବଇନସ୍ପେକ୍ଟର ଓ ପିଓ ପିଡି ଟିମ୍‌କୁ ନେଇ ବୈଠକ ବସିଥିଲା । ଏହାସହ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ କଡା ପାଟ୍ରୋଲିଂ କରିବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଅନେକ ଖଟି ସ୍ଥାନ ଭାଙ୍ଗିବା ସହ ବନ୍ଦ କଲାଣି କମିଶନରେଟ ପୋଲିସ।

Comments are closed, but trackbacks and pingbacks are open.