ଖରସ୍ରୋତା ନଦୀକୁ ଡେଇଁ ନାବାଳିକା ନିଖୋଜ

23

ଯାଜପୁର ଜିଲ୍ଲାରେ ପୁଣି ଅଘଟଣ I ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଜୋକଡିଆ ପୋଲରୁ ଖରସ୍ରୋତା ନଦୀ କୁ ଡେଇଁ ଜଣେ ନାବାଳିକା ନିଖୋଜ ଅଛନ୍ତି । ନାବାଳିକାଜଣକ ହେଲେ ବାଉଁଶଅଣ୍ଟା ଅଞ୍ଚଳର କାଠିଆ ଦେହୁରୀଙ୍କ ୧୫ ବର୍ଷୀୟା ଝିଅ ପୂଜାରାଣୀ ଦେହୁରୀ I ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳି ନ ଥିବାବେଳେ, ଅଗ୍ନିଶମ ବିଭାଗ ଖବର ପାଇବା ପ​‌ରେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି । ପୋଲ ଉପରୁ ତାଙ୍କର ସାଇକେଲ ଓ ଚପଲ ରହିଥବାର ଦେଖାଯାଇଥିଲା I ଯୁବତୀ ଜଣକ ମାମୁଁ ଘର ଛୋଟରାୟପୁର ରେ ରହି ପଢାପଢି କରୁଥିବାବେଳେ ,ସେ ନିକଟରେ ମାଟ୍ରିକ ପରୀକ୍ଷାରେ ପାସ କରିଥିଲେ I ତେବେ କେଉଁ କାରଣ ଯୋଗୁଁ ସେ ପୋଲ ଉପରୁ ଡେଇଁଲେ ତାହା ଜଣାପଡ଼ିନାହିଁ । ଏ ନେଇ ଘଟଣା ସ୍ଥଳରେ ପହଂଚି ପୁଲିସ ତଦନ୍ତ ଆରମ୍ଭ କରିଛି ।

Comments are closed, but trackbacks and pingbacks are open.