ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

24

ପୁରୀ: ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କୁ ସୁପାରିସ୍ କରାଯାଇଛି । ଆଗାମୀ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସୁପାରିସ୍ କରିଥିବା ବୈଠକ ପରେ କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ପ୍ରଥମେ ରତ୍ନଭଣ୍ଡାରର ସ୍ଥିତି ତଦାରଖ କରିବ ଏଏସ୍ଆଇ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏଏସ୍ଆଇଙ୍କୁ ଚିଠି କରିଛନ୍ତି । ଶ୍ରୀଜୀଉ ଶ୍ରୀମନ୍ଦିର ମଧ୍ୟରେ ରହୁ ନଥିବା ସମୟରେ ଏଏସ୍ଆଇ ତଦାରଖ କରିବ । ରଥଯାତ୍ରା ସମୟରେ ଏଏସ୍ଆଇ ସ୍ଥିତି ଅନୁଧ୍ୟାନ କଲେ ନୀତି ଓ ଦର୍ଶନରେ କୌଣସି ଅସୁବିଧା ହେବ ନାହିଁ । ତେଣୁ ୨୦୨୪ ରଥଯାତ୍ରା ସମୟରେ ଏଏସ୍ଆଇ, ଭିତର ରତ୍ନଭଣ୍ଡାରର ସ୍ଥିତି ତଦାରଖ କରିବା ଲାଗି ରାଜ୍ୟ ସରକାରଙ୍କୁ ସୁପାରିସ୍ କରାଯାଇଛି ।

Comments are closed, but trackbacks and pingbacks are open.