ଗୃହ ରେ ଉଠିଲା ଖରସ୍ରୋତା ଜଳ ପ୍ରକଳ୍ପ ପ୍ରସଙ୍ଗ

19

ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଖରସ୍ରୋତା ଆନ୍ଦୋଳନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଜଳ ସମ୍ପଦ ବିଭାଗର ବିନା ଅନୁମୋଦନରେ ଚାଲିଛି ପାନୀୟ ଜଳ ପ୍ରକଳ୍ପ ର କାର୍ଯ୍ୟ ତାହା ବିରୋଧ ରେ ସେଠି ଆନ୍ଦୋଳନ ଜାରି ରହିଛି । ପୋଲିସ ଲଗାଇ ବଳପୂର୍ବକ ଭାବେ ଯେଉଁଭଳି ପ୍ରକଳ୍ପ ଚାଲିଛି ତାହା ତାଲିବାନ ଶାସନ ଭଳି ।
ଏହି ପ୍ରସଙ୍ଗରେ ଗୃହରେ ଜବାବ ରଖିଛନ୍ତି ଆଳି ବିଧାୟକ ପ୍ରତାପ ଦେବ । କହିଛନ୍ତି ଖରସ୍ରୋତା ପ୍ରକଳ୍ପ ପାଇଁ ଜଳ ସମ୍ପଦ ବିଭାଗର ଅନୁମତି ରହିଛି । ପୋଲିସ କୌଣସି ବେଆଇନ କାର୍ଯ୍ୟ କରୁନାହିଁ । ବରଂ ଲୋକଙ୍କ ମନରେ ପ୍ରକଳ୍ପ ସମ୍ପର୍କରେ ବିଭ୍ରାନ୍ତିକର ମତ ସୃଷ୍ଟି କରି ଆନ୍ଦୋଳନ କରାଯାଉଛି । ଘରେ ଘରେ ପାଣି ଯୋଗାଇବା ପାଇଁ ଉଦ୍ୟମ କରାଯାଉଛି କହିଲେ ବିଧାୟକ ।

Leave A Reply

Your email address will not be published.