ଜମ୍ମୁ-କଶ୍ମୀର ପ୍ରସଙ୍ଗ ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ ଓ ଆଭ୍ୟନ୍ତୀରଣ ବ୍ୟାପାର :ତାଲିବାନ

22

ଦୀର୍ଘ ୨୦ ବର୍ଷ ଧରି କ୍ଷମତା ରୁ ଦୁରେଇ ରହିବ ପରେ ଗତ ସପ୍ତାହ ରେ କାବୁଲ ଅଧିକାର କରିଛି ତାଲିବାନ I ଏହI ଏକ ବର୍ବର ଆତଙ୍କ ବାଦି ଗୋଷ୍ଠୀ ର I ତେଣୁ ତାଲିବାନ ଆଫଗାନିସ୍ଥାନ ରେ ରାଜ କଲେ ,ଆତଙ୍କବାଦୀ ମାନଙ୍କୁ ସୁହାଇଲା ଭଳି କାର୍ଯ୍ୟ କରିପାରେ I ଏହି ବିଷୟ କୁ ନେଇ ସାରା ବିଶ୍ୱ ସହିତ ଭାରତ ମଧ୍ୟ ତାଲିବାନ ଙ୍କ କାର୍ଯ୍ୟକଳାପ ନେଇ ତୀକ୍ଷ୍ଣ ନଜର ରଖିଛି ଇ ପାକିସ୍ତାନ ପକ୍ଷରୁ ତାଲିବାନକୁ ସମସ୍ତ ପ୍ରକାରର ସହାୟତା ମିଳୁଥିବାରୁ ସଂଗଠନ କଶ୍ମୀର ପ୍ରସଙ୍ଗରେ ଭାରତକୁ ବିରୋଧ କରିବାର ଆଶଙ୍କା ପ୍ରକାଶ ପାଇଛି। କିନ୍ତୁ ତାଲିବାନ କଶ୍ମୀର ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ କଶ୍ମୀର ପ୍ରସଙ୍ଗରେ ସଂଗଠନ କୌଣସି ପ୍ରକାରର ହସ୍ତକ୍ଷେପ କରିବ ନାହିଁ। ଏହା ଏକ ଦ୍ୱିପାକ୍ଷିକ ଓ ଆଭ୍ୟନ୍ତୀରଣ ବ୍ୟାପାର। ତେଣୁ କଶ୍ମୀର ଉପରେ ଆମର ଫୋକସ ନାହିଁ ବୋଲି ସଂଗଠନ ସ୍ପଷ୍ଟ କରିଥିବା ନ୍ୟୁଜ ଏଜେନ୍ସି ଏଏନ୍‌ଆଇରେ ରିପୋର୍ଟ ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ଆଫଗାନିସ୍ତାନ ତାଲିବାନ କବଜାକୁ ଚାଲି ଯାଇଥିବାରୁ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ଆତଙ୍କବାଦୀମାନେ ଭାରତର କଶ୍ମୀରରେ ହିଂସା ସୃଷ୍ଟି କରିବାକୁ ପର୍ଯ୍ୟାପ୍ତ ପରିମାଣର ଅସ୍ତ୍ରଶସ୍ତ୍ର ହାସଲ କରିପାରିବେ ବୋଲି କୁହାଯାଉଛି।
ଏହି କାରଣରୁ କଶ୍ମୀର ସମେତ ପୂରା ଏଲଓସିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତାଏବା ଓ ଲସ୍କର-ଇ-ଜାଙ୍ଘଭୀ ଏବେ ଆଫଗାନିସ୍ତାନରେ ନିଜ ଆଡ୍ଡା ଜମାଇବା ଆରମ୍ଭ କରିଛନ୍ତି। ଏହି ଦୁଇ ସଂଗଠନ ସହ ଜୈଶର ସଦସ୍ୟମାନେ ତାଲିବାନ ସହାୟତାରେ ଆଫଗାନର ବିଭିନ୍ନ ସ୍ଥାନରେ ଚେକପୋଷ୍ଟ ତିଆରି କରିଛନ୍ତି।
କାବୁଲରେ ମଧ୍ୟ ସେମାନଙ୍କ ଉପସ୍ଥିତ ଜାହରି ହେବାରେ ଲାଗିଛି। ତେଣୁ ଭାରତ ପାଇଁ ସମ୍ଭାବ୍ୟ ବିପଦ ସୃଷ୍ଟି ହୋଇଛି। ତାଲିବାନ ସଦସ୍ୟମାନେ ଆଫଗାନ ଦଖଲ କରିବା ପରେ ଦେଶକୁ ଆମେରିକା ପଠାଇଥିବା ଅସ୍ତ୍ରଶସ୍ତ୍ର ନିଜ ଦଖଲକୁ ନେଇଛନ୍ତି। ସେହିପରି ଆଫଗାନର ୩ ଲକ୍ଷରୁ ଅଧିକ ସୁରକ୍ଷାକର୍ମୀମାନେ ବ୍ୟବହାର କରୁଥିବା ଅତ୍ୟାଧୁନିକ ବନ୍ଧୁକ ଓ ଟ୍ୟାଙ୍କର ବି ସେମାନଙ୍କ କବଜାରେ ରହିଛି। ଏଗୁଡ଼ିକୁ ଲସ୍କର ଆତଙ୍କୀମାନେ ଭାରତ ବିରୋଧରେ ବ୍ୟବହାର କରିବାର ଆଶଙ୍କା କରାଯାଉଛି।

Leave A Reply

Your email address will not be published.