ରାତି ୮ଟାରେ ଖେଳାଯିବ IPL ଫାଇନାଲ୍ ମ୍ୟାଚ୍ : ମ୍ୟାଚ୍ ପୂର୍ବରୁ ହେବ ଉଦଯାପନୀ ଉତ୍ସବ

34

ବଦଳିଲା ଆଇପିଏଲ୍ ଫାଇନାଲ୍ ମ୍ୟାଚର ସମୟ । ସାଢେ ୭ଟା ବଦଳରେ ରାତି ୮ଟାରେ ଆରମ୍ଭ ହେବ ଆଇପିଏଲ୍ ଫାଇନାଲ ମ୍ୟାଚ୍ । ତେବେ ଫାଇନାଲ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଉଦଯାପନୀ ଉତ୍ସବର ଆୟୋଜନ କରାଯିବ । ଯାହାକି ୫୦ ମିନିଟ୍ ଧରି ଚାଲିବ ବୋଲି ଜଣାପଡିଛି ।
ଚଳିତ ବର୍ଷ ଆଇପିଏଲ୍ ଫାଇନାଲ ମ୍ୟାଚ୍ ଗୁଜରାଟର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଆୟୋଜିତ ହେବ । ତେବେ ପୂର୍ବରୁ ଏହି ମ୍ୟାଚ୍ ରାତି ସାଢେ ୭ଟାରେ ଆୟୋଜିତ ହେବ ବୋଲି ସ୍ଥିର ହୋଇଥିଲା । ହେଲେ ଏବେ ଏହା ରାତି ୮ଟାରେ ଆୟୋଜିତ ହେବ ବୋଲି ଜଣାପଡିଛି । ଏହା ପୂର୍ବରୁ ସାଢେ ୬ଟାରୁ ଆରମ୍ଭ ହୋଇ ଉଦଯାପନୀ ଉତ୍ସବ ସାଢେ ୭ଟା ଯାଏଁ ଚାଲିବ । ସାଢେ ୭ଟାରେ ଟସ୍ ପଡିବା ପରେ ରାତି ୮ଟାରେ ମ୍ୟାଚ୍ ଆରମ୍ଭ ହେବ ।
୨୦୧୮ ମସିହା ପରେ ପ୍ରଥମ ଥର ପାଇଁ ଆଇପିଏଲରେ ଉଦଯାପନୀ ଉତ୍ସବ ହେବାକୁ ଯାଉଛି । ୨୦୧୮ ମସିହା ପରେ ଆଇପିଏଲରେ ଉଦଯାପନୀ ଉତ୍ସବ କରାଯାଉନଥିଲା । ଚଳିତ ବର୍ଷ ଆଇପିଏଲର ଉଦଘାଟନୀ ଉତ୍ସବ ସହିତ ଉଦଯାପନୀ ଉତ୍ସବ ଆୟୋଜନ କରାଯିବ ବୋଲି ସ୍ଥିର କରାଯାଇଥଲା । ହେଲେ ଶେଷ ମୂହୁର୍ତ୍ତରେ ଉଦଘାଟନୀ ଉତ୍ସବ ହେବ ନାହିଁ ବୋଲି ଜଣାପଡିଥିଲା ଆଉ ଏବେ ଆପେକ୍ସ କାଉନସିଲ୍ ବୈଠକରେ ଉଦଯାପନୀ ଉତ୍ସବର ହେବା ନେଇ ସ୍ଥିର କରାଯାଇଛି ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମାର୍ଚ୍ଚ ୨୬ ତାରିଖରୁ ଆଇପିଏଲ୍ ଆୟୋଜନ ହେଉଛି । ଯାହାକି ୧୦ଟି ଟିମକୁ ନେଇ ଖେଳାଯାଉଥିବାବେଳେ, ମେ ୨୯ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଫାଇନାଲ ମ୍ୟାଚ୍ ପୂର୍ବରୁ ଉଦଯାପନୀ ଉତ୍ସବ ଆୟୋଜିତ ହେବ ।

Comments are closed, but trackbacks and pingbacks are open.