ଶସ୍ତା ହେଲା ଆଇ ଫୋନ; ହୋଲିରେ ପାଆନ୍ତୁ ସ୍ମାର୍ଟଫୋନ୍‌ ରେ ଆକର୍ଷଣୀୟ ରିହାତି

1,169

ହୋଲି ଅବସରରେ ଉପଭୋକ୍ତାମାନଙ୍କ ପାଇଁ ଚମତ୍କାର ସ୍ମାର୍ଟଫୋନ୍ ହୋଲି ଷ୍ଟୋର୍‌ ନେଇ ଆସିଛି ଆମାଜନ ଇଣ୍ଡିଆ। ଏହି ବମ୍ପର ସେଲ୍‌ରେ ଆପଣ ସମସ୍ତ ବର୍ଗର ସ୍ମାର୍ଟଫୋନ୍‌ ଆକର୍ଷଣୀୟ ରିହାତି ସହିତ କିଣିପାରିବେ। ତେବେ ଯଦି ଆପଣ ଏକ ପ୍ରିମିୟମ୍ ବର୍ଗର ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ ସେଥିପାଇଁ ମଧ୍ୟ ଏହି ସେଲ୍‌ରେ ଜବରଦସ୍ତ ଡିଲ୍ ଉପଲବ୍ଧ ଅଛି। ସେଲ୍‌ରେ Samsung Galaxy S24 5G, OnePlus 12R ଏବଂ iPhone 13 ଉପରେ ବଡ଼ ଧରଣର ରିହାତି ପ୍ରଦାନ କରାଯାଉଛି।

ହୋଲି ଅଫରରେ ଏହି ଫୋନ୍‌ଗୁଡିକ ଆକର୍ଷଣୀୟ ବ୍ୟାଙ୍କ ରିହାତି, ଇଏମଆଇ ଓ ଏକ୍ସଚେଞ୍ଜ୍ ଅଫରରେ ମଧ୍ୟ କିଣିପାରିବେ। ମନେରଖନ୍ତୁ ଯେ, ଏକ୍ସଚେଞ୍ଜରେ ଉପଲବ୍ଧ ଅତିରିକ୍ତ ରିହାତି ଆପଣଙ୍କ ପୁରୁଣା ଫୋନ୍‌ର ଅବସ୍ଥା, ବ୍ରାଣ୍ଡ ଏବଂ କମ୍ପାନୀର ଏକ୍ସଚେଞ୍ଜ୍ ପଲିସି ଉପରେ ନିର୍ଭର କରିବ। ତେବେ ଆସନ୍ତୁ ବିସ୍ତୃତ ଭାବେ ଜାଣିବା ଏହି ଜବରଦସ୍ତ ହୋଲି ସେଲ୍‌ରେ ଦିଆଯାଉଥିବା ସର୍ବୋତ୍ତମ ଡିଲ୍‌ ବିଷୟରେ –

ଆପଲ୍‌ ଆଇଫୋନ୍‌ ୧୩:

୧୨୮ ଜିବି ଷ୍ଟୋରେଜ୍ ସହିତ ନୀଳ ରଙ୍ଗର ଫୋନ୍ ସେଲ୍‌ରେ ୪୯,୪୯୯ ଟଙ୍କାରେ ଉପଲବ୍ଧ। ଯଦି ଉପଭୋକ୍ତା ଏୟାରଟେଲ ପୋଷ୍ଟପେଡ୍‌ ସଂଯୋଗ ନିଅନ୍ତି, ତେବେ ତାଙ୍କୁ ୧୨୦୦ ଟଙ୍କାର ରିହାତି ମିଳିବ। କମ୍ପାନୀ ଫୋନ୍ ଉପରେ ୨୪୭୫ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍ ମଧ୍ୟ ଦେଉଛି। ଏକ୍ସଚେଞ୍ଜ ଅଫରରେ ଆପଣ ଫୋନର ମୂଲ୍ୟକୁ ୨୭,୫୫୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିପାରିବେ। ଏହି ଆଇଫୋନରେ ୬.୧ ଇଞ୍ଚର ସୁପର ରେଟିନା XDR ଡିସ୍‌ପ୍ଲେ ଦେଖିବାକୁ ପାଇବେ। ଫଟୋଗ୍ରାଫି ପାଇଁ କମ୍ପାନୀ ଏହି ଫୋନରେ ୧୨ ମେଗାପିକ୍ସେଲର ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ଦେଇଛି। ସେହିପରି ସେଲ୍ଫି ପାଇଁ ଫୋନ୍‌ରେ ୧୨ ମେଗାପିକ୍ସେଲର ଟ୍ରୁ ଡେପ୍‌ଥ କ୍ୟାମେରା ସେଟଅପ୍‌ ମିଳିବ। ଏହି ଫୋନ୍ A15 ବାୟୋନିକ୍‌ ଚିପସେଟରେ କାମ କରେ।

Comments are closed, but trackbacks and pingbacks are open.