ଅକ୍ଟୋବର ୧୭ରେ ହାଇଦ୍ରାବାଦରେ ହେବ ଇନଭେଷ୍ଟର ମିଟ୍, ମୁଖ୍ୟମନ୍ତ୍ରୀ ଯୋଗ ଦେବେ

25

ଭୁବନେଶ୍ବର: ଚଳିତ ମାସ ଅକ୍ଟୋବର ୧୭ ରେ ହାଇଦ୍ରାବାଦରେ ହେବ ଇନଭେଷ୍ଟର ମିଟ୍ । ଫିକ୍କି ସହଯୋଗରେ ହେବାକୁ ଥିବା ଏହି ଇନଭେଷ୍ଟର୍ସ ମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ବୋଲି ଜଣାପଡ଼ିଛି । ଦୁବାଇ, ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୁରୁ ପରେ ହାଇଦ୍ରାବାଦରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ସହ ମୁଖ୍ୟମନ୍ତ୍ରୀ ଶିଳ୍ପପତିଙ୍କ ସହ ୱାନ-ଟୁ- ୱାନ କଥା ହେବେ। ମେକ ଇନ ଓଡ଼ିଶା କନକ୍ଲେଭ – ୩ ପାଇଁ କରିବେ ଆମନ୍ତ୍ରଣ । ନଭେମ୍ବର ୩୦ରୁ ଭୁବନେଶ୍ବରରେ ହେବ ମେକ ଇନ ଇଣ୍ଡିଆ କନକ୍ଲେଭ -୩ । ପୂର୍ବରୁ ଦୁବାଇ, ମୁମ୍ବାଇ, ବେଙ୍ଗାଲୁରୁରେ ଇନଭେଷ୍ଟର୍ସ ମିଟ ହୋଇସାରିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଦେଶର ଶିଳ୍ପ କେନ୍ଦ୍ର ଭାବରେ ଗଢ଼ିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଶିଳ୍ପ ନୀତି ପ୍ରଣୟନ କରିଛନ୍ତି। ନିୟମିତ ବ୍ୟବଧାନର ‘ମେକ୍‍ ଇନ୍‍ ଓଡ଼ିଶା’ କନ୍‍କ୍ଲେଭ ଆୟୋଜନ କରି ନିବେଶକ, ଶିଳ୍ପଦ୍ୟୋଗୀମାନଙ୍କୁ ଓଡ଼ିଶା ମୁହାଁ କରିବାରେ ସଫଳ ହୋଇଛନ୍ତି। ଆଗାମୀ ୨୦୨୫ ମସିହା ସୁଦ୍ଧା ରାଜ୍ୟକୁ ବିପୁଳ ନିବେଶ ଆଣିବା ଓ ରାଜ୍ୟରେ ଶିଳ୍ପଭିତ୍ତିକ ନିଯୁକ୍ତି ସଂଖ୍ୟାକୁ ଲକ୍ଷେରେ ପହଞ୍ଚାଇବାକୁ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି। ଏହିକ୍ରମରେ ଦୁବାଇ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ପରେ ହାଇଦ୍ରାବାଦରେ ଆୟୋଜନ ହେବାକୁ ଯାଉଛି ନିବେଶକ ସମ୍ମେଳନ।

Comments are closed, but trackbacks and pingbacks are open.