ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ଜାରି କଲେ ଗିରଫ ପରୱାନା

133

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ର ବିଚାରପତିମାନେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗେଲେଣ୍ଟଙ୍କ ସମେତ ହମାସ ସାମରିକ କମାଣ୍ଡୋଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଏକ ପ୍ରି-ଟ୍ରାଏଲ୍ ଚାମ୍ବର କୋର୍ଟରେ ଇସ୍ରାଏଲ୍ ଚ୍ୟାଲେଞ୍ଜକୁ ଖାରଜ କରାଯାଇଛି ଏବଂ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ୟୋଆଭ୍ ଗେଲେଣ୍ଟଙ୍କ ପାଇଁ ୱାରେଣ୍ଟ ଜାରି କରାଯାଇଛି ବୋଲି ଏକ ବିବୃତ୍ତିରେ କୁହାଯାଇଛି। ମହମ୍ମଦ ଜଇଫଙ୍କ ପାଇଁ ୱାରେଣ୍ଟ ମଧ୍ୟ ଜାରି କରାଯାଇଛି, ଯଦିଓ ଜୁଲାଇରେ ଗାଜାରେ ହୋଇଥିବା ଏୟାର ଷ୍ଟ୍ରାଇକରେ ତାଙ୍କୁ ହତ୍ୟା କରାଯାଇଥିବା ଇସ୍ରାଏଲ ସେନା କହିଛି। କିନ୍ତୁ ହମାସ୍ ଏପର୍ଯ୍ୟନ୍ତ ଏହା ନିଶ୍ଚିତ କରିନାହିଁ। ସୂଚନା ଅନୁଯାୟୀ ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧ ସମୟରେ ଏହି ତିନି ଜଣ ଯୁଦ୍ଧ ଅପରାଧ ଏବଂ ମାନବିକତା ବିରୁଦ୍ଧରେ ହୋଇଥିବା ଅପରାଧ ପାଇଁ ଏହି ତିନି ଜଣ “ଅପରାଧିକ ଦାୟୀ” ବହନ କରନ୍ତି। ଉଭୟ ଇସ୍ରାଏଲ ଏବଂ ହମାସ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

Comments are closed, but trackbacks and pingbacks are open.