ଲଢୁଆ ପ୍ରଦର୍ଶନ ସତ୍ୱେ ଅଳ୍ପକେ ବ୍ରୋଞ୍ଜ ପଦକ ହାରିଲା ଭାରତୀୟ ମହିଳା ହକି ଦଳ

28

ଟୋକିଓ ଅଲମ୍ପିକ୍ସରେ ପ୍ରଥମ ପଦକ ଜିତିବାରୁ ଅଳ୍ପକେ ବଞ୍ଚିତ ହେଲା ଦଳ I ଟୋକିଓ ଅଲିମ୍ପିକ୍ସରେ ଆଜି ହୋଇଥିବା ବ୍ରୋଞ୍ଜ ପଦକ ଲଢ଼େଇରେ ଦଳ ଗ୍ରେଟ୍ ବ୍ରିଟେନ୍‌ ଠାରୁ ହାରିଯାଇଛି। ୪-୩ ଗୋଲ୍‌ରେ ମ୍ୟାଚ୍ ଜିତି ବ୍ରୋଞ୍ଜ ପଦକ ହାତେଇ ନେଇଛି ଗ୍ରେଟ୍ ବ୍ରିଟେନ୍‌। ଏହି ମ୍ୟାଚ୍ ହାରି ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହି ତା’ର ଚଳିତ ଅଲିମ୍ପିକ୍ସ ଅଭିଯାନକୁ ଶେଷ କରିଛି। ଆଜି ଖେଳ ଆରମ୍ଭରୁ ଭାରତୀୟ ଦଳ ବ୍ରିଟେନକୁ କଡ୍ଡା ଟକ୍କର ଦେଇଥିଲେ । ପ୍ରାୟ ଦୀର୍ଘ ସମୟ ଧରି ବରାବର ରହିଥିଲା ସ୍ଥିତି ।

ଗ୍ରୁପ୍ ପର୍ଯ୍ୟାୟର ଶେଷ ଦୁଇଟି ମ୍ୟାଚ୍ ରେ ଭାରତ ଏକ ଭଲ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଥିଲା । ବ୍ରିଟେନ ବିପକ୍ଷରେ ଦୁଇଟି ଗୋଲ ପଛରେ ରହି ସତ୍ତ୍ୱେ ଭାରତ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଥିଲା । ହେଲେ ଶେଷ ମୂହୂର୍ତ୍ତରେ ବ୍ରିଟେନର ଭାଗ୍ୟ ସହାୟ ହେବା ପରି ଜିତାପଟ ମାରିଥିଲା ଦଳ । ଆଉ ପରାଜୟ ହାସଲ କରିଛି ଭାରତ ଦଳ ।

Leave A Reply

Your email address will not be published.