ଇତିହାସ ରଚିଲେ ଭାରତୀୟ ମହିଳା ହକି ଦଳ

35

ଟୋକିଓ ଅଲିମ୍ପିକରେ ଇତିହାସ ରଚିଲେ ଭାରତୀୟ ମହିଳା ହକି ଦଳ। ପୁରୁଷ ହକି ଦଳ ପରେ ସେମିରେ ପ୍ରବେଶ କଲେ ମହିଳା ଦଳ I ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଉଭୟ ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି I

ଅଗଷ୍ଟ ୪ରେ ଆର୍ଜେଣ୍ଟିନା ସହ ସେମି ଫାଇନାଲରେ ଭାରତୀୟ ମହିଳା ହକି ଦଳର ମୁକାବିଲା ହେବାକୁ ଯାଉଛି। ଦୁଇ ଦଳ ମଧ୍ୟରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଅଗଷ୍ଟ ୪ରେ ଖେଳାଯିବ। ଆର୍ଜେଣ୍ଟିନା ଦଳ ଜର୍ମାନୀକୁ କ୍ଵାର୍ଟର ଫାଇନାଲରେ ୩-୦ରେ ହରାଇ ସେମିରେ ପ୍ରବେଶ କରିଛି। ସେହିପରି ଆସନ୍ତା କାଲି ସକାଳ ୭ ଟାରେ ଭାରତ ର ପୁରୁଷ ହକି ଦଳ ସେମି ଫାଇନାଲରେ ବେଲଜିୟମକୁ ଭେଟିବ ।

Leave A Reply

Your email address will not be published.