ଆସନ୍ତା କାଲି ଭୁବନେଶ୍ୱର ଆସିବେ ଭାରତୀୟ ହକି ଦଳ

24

ଆସନ୍ତା କାଲି ମଙ୍ଗଳବାର ୧୭ ତାରିଖ ସକାଳ ୧୧ଟା ୧୦ରେ ମହିଳା ଓ ପୁରୁଷ ହକି ଦଳ ଭୁବନେଶ୍ୱର ପହଞ୍ଚିବେ I ଭୁବନେଶ୍ୱର ବିମାନବନ୍ଦରରେ ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଖେଳାଳିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବେ। ପରେ ଖେଳାଳି ବାହାରିବେ ହୋଟେଲ ସାଣ୍ଡିଟାୱାର ଅଭିମୁଖେ । ବିମାନବନ୍ଦରରେ ଖେଳାଳିଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ସିକ୍ୟୁରିଟି ବ୍ୟବସ୍ଥା।

ହୋଟେଲ ସାଣ୍ଡିଟାୱାର ଖେଳାଳିଙ୍କ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସ୍ୱାଗତ ପାଇଁ ବିଭିନ୍ନ ରକମର ଫୁଲରେ ତୋରଣ କରାଯିବା ସହ ସ୍ୱତନ୍ତ୍ର ଭାବରେ ଖେଳାଳି ଙ୍କ ମନପସନ୍ଦ ର ଖାଦ୍ୟ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି ଏହା ସହିତ ଖେଳାଳିଙ୍କ ହୋଟେଲ ରୁମକୁ ମଧ୍ୟ ସୁନ୍ଦର ଭାବେ ସଜାଯାଇଛି I
ସେପଟେ ହୋଟେଲ ର ସମସ୍ତ କର୍ମଚାରୀ ମାନେ ବଡ଼ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଖେଳାଳି ମାନଙ୍କ ସ୍ୱାଗତ ପାଇଁ । ଆଗରୁ ଖେଳାଳି ସାଣ୍ଡିଟାୱାର ରହିସାରିଛନ୍ତି । କିନ୍ତୁ ଏଥର ଖେଳାଳିଙ୍କ ରହଣି ଟିକିଏ ନିଆରା । ଟୋକିଓ ଅଲିମ୍ପିକରେ ଗ୍ରେଟ୍ ବ୍ରିଟେନକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲା ଟିମ୍ ଇଣ୍ଡିଆ। ତେବେ ଖେଳାଳିଙ୍କ ପାଇଁ ରେଷ୍ଟୁରାଣ୍ଟ ଜିନିଆରେ ଖାଦ୍ୟ ତାଲିକା ରେ ଦିଆଯାଇଛି ସ୍ୱତନ୍ତ୍ର ଧ୍ୟାନ । କ୍ୟାପଟେନ୍ ମନପ୍ରୀତଙ୍କ ପ୍ରଥମ ପସନ୍ଦ ଗାରଲିକ୍ ନାନ୍ ଓ ମଟନ୍ ବିରିୟାନୀ । ଏହାସହ ମିଠାରେ ପ୍ରଥମ ପସନ୍ଦ ଛେନାପୋଡ କୁ ମଧ୍ୟ ସାମିଲ କରାଯାଇଛି I
ଲଞ୍ଚ୍ କରିବା ପରେ ସନ୍ଧ୍ୟାରେ ଲୋକସେବା ଭବନର କନଭେନସନରେ ଦିଆଯିବ ସ୍ୱତନ୍ତ୍ର ସମ୍ବର୍ଦ୍ଧନା । ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ନୈଶ୍ୟ ଭୋଜିରେ ସାମିଲ ହେବେ ହକି ଖେଳାଳି । ୧୮ ତାରିଖ ସକାଳ ୮ଟା ୩୦ରେ ଦିଲ୍ଲୀ ଯିବେ ଖେଳାଳି ।

Leave A Reply

Your email address will not be published.