‘ପୁଷ୍ପା’ ଏବଂ ଅନ୍ୟ ବଡ ବଡ ଚଳଚ୍ଚିତ୍ର ନିର୍ମାତାଙ୍କ ଘରେ ରେଡ କରୁଛି ଆୟକର ବିଭାଗ

22

ମୁମ୍ବାଇ: ସାଉଥ ସିନେମା ଇଣ୍ଡଷ୍ଟ୍ରିରେ ଏବେ ପଡିଛି ଆଇଟିର କଳା ନଜର । କେରଳ ଏବଂ ତାମିଲନାଡୁରେ ବଡ ବଡ ଫିଲ୍ମ ନିର୍ମାତାଙ୍କ ଘରେ ଏବଂ କାର୍ଯ୍ୟାଳୟରେ ଏବେ ଆରମ୍ଭ ହୋଇଛି ରେଡ । ଏରନାକୁଲମ ଜିଲ୍ଲାରେ ହଠାତ ଆକ୍ସନ ମୋଡକୁ ଆସିଛି ଆଇଟି ବିଭାଗ । ତେବେ ଏହି ଯାଞ୍ଚରେ ସ୍ଥାନୀୟ ପୋଲିସର ସହାୟତା ନେଇ ନାହାନ୍ତି କର୍ତ୍ତୃପକ୍ଷ । ସୂଚନା ଅନୁସାରେ, ଆଇଟି ବିଭାଗର ଏହି ଚଢାଉରେ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ପୃଥୀରାଜ ଏବଂ ଏଣ୍ଟନି ପେରୁମ୍ବରଙ୍କ ସହିତ ଏଣ୍ଟୋ ଜୋସେଫ ଏବଂ ଲିଷ୍ଟିନ ଷ୍ଟିଫେନଙ୍କ ନାମ ମଧ୍ୟ ସାମିଲ ରହିଛି । ଏମାନଙ୍କ ଘରେ ଚଢାଉ ଆରମ୍ଭ କରିଛି ଆଇଟି । ସକାଳ ୮ଟାରୁ କ୍ୱାର୍ଟରରେ ଏହି ଯାଞ୍ଚ ଆରମ୍ଭ ହୋଇଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିଲା । ତେବେ ସ୍ଥାନୀୟ ପୋଲିସ ବିନା ହିଁ ଏହି ଯାଞ୍ଚ ପୂରଣ କରିଛି ଆଇଟି ବିଭାଗ । ତେବେ ପୁଷ୍ପା ଚଳଚ୍ଚିତ୍ରର ନିର୍ମାତାଙ୍କର ସମସ୍ତ ସ୍ଥାନରେ ଚଢାଉ ହୋଇଛି । ବଡ ବଡ ସିନେମା କରିବା ପରେ କମ୍ପାନୀ କରିଥିବା ଆୟରୁ ଟିକସ ଦେଇଛନ୍ତି କି ନାହିଁ ଏହାର ପର୍ଦ୍ଦାଫାଶ କରିବା ପାଇଁ ଚେଷ୍ଟା ଜାରି ରଖିଛି ଆୟକର ବିଭାଗ ।

Comments are closed, but trackbacks and pingbacks are open.