ବନ୍ଧା ହେଲେ ୫ ସ୍ତ୍ରୀର ସ୍ୱାମୀ

28

ଭୁବନେଶ୍ୱର: ବନ୍ଧା ହେଲେ ରସିକ ନାଗର । ମିଛ ସତ କହି ବାହା ହେଉଥିଲେ । ଆଉ ସଉକ ମେଣ୍ଟାଇବା ପରେ ବିଦେଶ ପଳାଉଥିଲେ ।  ସ୍ୱାମୀ ଜଣେ । ସ୍ତ୍ରୀ କିନ୍ତୁ ୫ ଜଣ । ଜଣେ ପରେ ଜଣେ ମୋଟ ୫ ଜଣଙ୍କୁ ବିବାହ କରିଥିବା ଜଣେ ସ୍ୱାମୀକୁ ପୁଲିସ ଶେଷରେ ଗିରଫ କରିଛି । ପୁଲିସ କମିଶନର ସଞ୍ଜୀପ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଘଟଣାର ପର୍ଦ୍ଧାଫାସ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଯେ ଆହୁରି ୪୯ ଜଣ ମହିଳାଙ୍କୁ ସମ୍ପୃକ୍ତ ଅଭିଯୁକ୍ତ ଜଣକ ଲାଇନରେ ରଖିଥିଲେ । ଯେଉଁମାନଙ୍କୁ ସେ ମିଛ ସତ କହି ବିବାହ କରିଥାନ୍ତେ । ପୁଲିସ ସୂଚନା ଅନୁଯାୟୀ ଅଭିଯୁକ୍ତ ସ୍ୱାମୀ ଜଣକ ଠକେଇ କରିବାରେ ମାଷ୍ଟାର ।  ସେ ନିଜକୁ ଗୁଇନ୍ଦା ଇନସ୍ପେକ୍ଟର ଦର୍ଶାଇ ବାୟୋଡାଟାରେ ଦେଉଥିଲେ ।  ତେବେ ଜଣେ ମହିଳା ପୁଲିସ ସହ ଚାଟିଂ କରି ଦୁବାଇରୁ ଭୁବନେଶ୍ୱର ଆସି ଫସିଗଲେ । ଅଭିଯୁକ୍ତ ଜଣକ ଡିଭୋର୍ସି ଓ ବିଧବା ମହିଳାଙ୍କୁ ଟାର୍ଗେଟ କରି ଟଙ୍କା ଠକେଇ କରୁଥିଲେ । ମହିଳାଙ୍କୁ ଫସାଇ ବାହା ହେବା ପରେ ଲୋନ କରି ମଉଜ କରୁଥିଲେ । ତେବେ ଧରାପଡ଼ିବା ପୂର୍ବରୁ ବିଦେଶ ଖସିଯାଉଥିଲା । ଅଭିଯୁକ୍ତ ଜଣକ ଯାଜପୁର ଭିଙ୍ଗାରପୁରର ସତ୍ୟଜିତ ବୋଲି ସଞ୍ଜୀବ ପଣ୍ଡା କହିଛନ୍ତି । ଅଭିଯୁକ୍ତଙ୍କ ଠାରୁ ୨ ଲକ୍ଷ୧୦ ହଜାର ଟଙ୍କା, ୩ଟି କାର ଓ ବୁଲେଟ ଜବତ କରଯାଇଛି । ଏହାଛଡ଼ା ୩ଟି ବ୍ୟାଙ୍କ ଆକାଉଣ୍ଟ ସିଜ କରାଯାଇଛି । ବିବାହ ସମ୍ପର୍କିତ ଡକୁ୍ୟମେଣ୍ଟ ମଧ୍ୟ ଜବତ କରାଯାଇଛି ।

Comments are closed, but trackbacks and pingbacks are open.