ନେପାଳରୁ ଆସି ଅଯୋଧ୍ୟାରେ ପହଁଚିଲା ବିଶାଳ ଦିବ୍ୟ ଶାଳଗ୍ରାମ,ନିର୍ମାଣ ହେବ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ

19

ନୂଆଦିଲ୍ଲୀ : ଅଯୋଧ୍ୟାରେ ନିର୍ମାଣ ହେବ ପ୍ରଭୂ ଶ୍ରୀରାମଙ୍କ ବିଗ୍ରହ I ନେପାଳରୁ ଆସି ପହଁଚିଲା ଦିବ୍ୟ ଶାଳଗ୍ରାମ ଶୀଳା I ବୁଧବାର ରାତିରେ ନେପାଳରୁ ୨ଟି ଟ୍ରକରେ ଶାଳଗ୍ରାମ ବୋଝେଇ ହୋଇ ଆସି ଅଯୋଧ୍ୟାରେ ପହଞ୍ଚିଛି । ନେପାଳର କାଳୀ ଗଣ୍ଡକୀ ନଦୀରୁ ଆସିଥିବା ଏହି ବିରାଟକାୟ ଶାଳଗ୍ରାମ ପଥରକୁ ଅଯୋଧ୍ୟାର ରାମ ସେବକ ପୁରମରେ ରଖାଯାଇଛି। ଏହା ଅଯୋଧ୍ୟାରେ ପହଞ୍ଚିବା ପରେ ସାଧୁସନ୍ଥ ଓ ସ୍ଥାନୀୟ ଲୋକମାନେ ଭବ୍ୟ ସ୍ୱାଗତ କରିଥିଲେ । ଏହାପରେ ପ୍ରଥମେ ଗୋରଖନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା ।

ନେପାଳର ଗଣ୍ଡକି ନଦୀରୁ ଏହି ଶାଳଗ୍ରାମ ଅଣାଯାଇଛି । ବିଶ୍ବ ହିନ୍ଦୁ ପରିଷଦ୍‌ର ଜାତୀୟ ସମ୍ପାଦକ ରାଜେନ୍ଦ୍ର ସିଂହ ପଙ୍କଜ ସେ ଦୁଇ ପବିତ୍ର ଶିଳାଖଣ୍ଡକୁ ନେପାଳର ମୁସ୍ତାଙ୍ଗ ଜିଲ୍ଲାରୁ ଆଣିଥିଲେ। ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି। ୬୦ଲକ୍ଷ ବର୍ଷ ପ୍ରାଚୀନ ବୋଲି କୁହାଯାଉଥିବା ଏହି ଶାଳଗ୍ରାମ ଶିଳାଖଣ୍ଡଗୁଡ଼ିକ ଭିନ୍ନ ଭିନ୍ନ ଟ୍ରକ୍‌ରେ ନେପାଳରୁ ଅଯୋଧ୍ୟାକୁ ଅଣାଯାଇଛି। ଏହି ଶାଳଗ୍ରାମର ଓଜନ ୩୦ ଟନ୍ ହେବ । ତେବେ ଏହାକୁ କାଟି ବିଗ୍ରହ ନିର୍ମାଣ ପୂର୍ବରୁ ଏହାର ବିଧି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି । ନେପାଳରୁ ଆସିଥିବା ଦୁଇଟି ଶାଳଗ୍ରାମ ମଧ୍ୟରୁ ଗୋଟିଏ ୨୬ ଟନ୍ ହୋଇଥିବା ବେଳେ ଅନ୍ୟଟି ୧୪ ଟନ ଓଜନର । ଏଗୁଡିକ ୫ରୁ ୬ ଫୁଟ ଲମ୍ବ ଓ ୪ ଫୁଟ ଚଉଡ଼ା । ଶାଳଗ୍ରାମକୁ ଭଗବାନ ବିଷ୍ଣୁ ଭାବେ ବିବେଚନା କରାଏ ।

ଆସନ୍ତା ୨୦୨୪ ମକର ସଂକ୍ରାନ୍ତି ପୂର୍ବରୁ ରାମଲାଲାଙ୍କ ବିଗ୍ରହ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଶାଳଗ୍ରାମରେ ପ୍ରସ୍ତୁତ ବିଗ୍ରହରେ ଆଉ ପ୍ରାଣ ପ୍ରତିଷ୍ଠା ପୂଜା ଆବଶ୍ୟକ ନଥାଏ ବୋଲି କୁହାଯାଏ । ସିଧା ବିଗ୍ରହ ସ୍ଥାପନ ସହ ପୂଜାର୍ଚ୍ଚନା ଆରମ୍ଭ ହୋଇଥାଏ । ଶ୍ରୀରାମ ମନ୍ଦିର ନିର୍ମାଣ ଶେଷ ହେବା ପରେ ପ୍ରଭୁ ଶ୍ରୀରାମ ଓ ମାତା ଜାନକୀଙ୍କ ଶାଳଗ୍ରାମରେରେ ନିର୍ମିତ ବିଗ୍ରହ ଗର୍ଭଗୃହରେ ସ୍ଥାପନ କରାଯିବ ।

Comments are closed, but trackbacks and pingbacks are open.