ଦାଣ୍ଡରେ ପଡିଲା ଘର କଳି : ତୃତୀୟ ପକ୍ଷଙ୍କୁ ନେଇ ରାସ୍ତା ଉପରେ ବାବୁସାନ ଓ ପତ୍ନୀ ହାତାହାତି

22

ଦାଣ୍ଡରେ ପଡିଲା ଓଡଲିଉଡ ଅଭିନେତା ବାବୁସାନ ଓ ପତ୍ନୀ ଙ୍କ ଝଗଡା I ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି I ସୂଚନା ଅନୁସାରେ, ରାସ୍ତା ଉପରେ ବାବୁସାନଙ୍କ ସହ ଝଗଡ଼ା କରିଥିଲେ ତାଙ୍କ ପତ୍ନୀ ତୃପ୍ତି ମହାନ୍ତି । କାହିଁକି ନା ବାବୁସାନଙ୍କ କାରରେ ଥିଲେ ଜଣେ ଓଲିଉଡ଼ ଅଭିନେତ୍ରୀ। ବାବୁସାନଙ୍କ ସାଥିରେ ଥିବା ହିରୋଇନ୍ ଓଲିଉଡ଼ର ଜଣେ ଚର୍ଚ୍ଚିତ ଚେହେରା ପ୍ରକୃତି ମିଶ୍ର । ତେବେ ବାବୁସାନ ଓ ପ୍ରକୃତି ମିଶ୍ର କାର ରେ କୁଆଡେ ଯାଉଥିବା ସମୟରେ ରାସ୍ତାରେ ଗାଡ଼ି ଅଟକାଇ ଝଗଡ଼ା କରିଥିଲେ ବାବୁସାନଙ୍କ ପତ୍ନୀ । ସାଙ୍ଗରେ ଥିବା ପ୍ରକୃତିଙ୍କୁ ମଧ୍ୟ ଟଣାଓଟରା କରିଥିଲେ । ରାସ୍ତାରେ ଯାଉଥିବା ଲୋକ ମୋବାଇଲରେ ଏହାର ସୁଟ୍ କରିଛନ୍ତି । ଏହି ସମୟରେ ପ୍ରକୃତି ମିଶ୍ର ହାତ ଯୋଡି ତୃପ୍ତି ଙ୍କୁ କଣ କହୁଥିବାର ମଧ୍ୟ ନଜର ଆସିଥିଲେ I ପତ୍ନୀ ତୃପ୍ତି ବାବୁସାନ ଙ୍କ କଲର ଧରିବାକୁ ମଧ୍ୟ ପଛାଇ ନ ଥିଲେ I ତେବେ ବାବୁସାନ୍ ମଦ ପିଇଥିବା ନେଇ ମଧ୍ୟ ଲୋକମାନେ କହିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ମାମଲା ହୋଇନଥିବା ସୂଚନା ମିଳିଛି ।

Comments are closed, but trackbacks and pingbacks are open.