୧୦୮ ଫୁଟ ପ୍ରତିମାର ଶିଳାନ୍ୟାସ କଲେ ଗୃହମନ୍ତ୍ରୀ

80

ଆନ୍ଧ୍ର ପ୍ରଦେଶର କୁର୍ନୁଲ ଠାରେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କର 108 ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମା ତିଆରି ହେବ । ଏହି ପ୍ରତିମା ଭାରତରେ ତାଙ୍କର ସବୁଠାରୁ ବଡ ପ୍ରତିମା ହେବ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ପ୍ରତିମାର ଶିଳାନ୍ୟାସ କରିଛନ୍ତି। ଭିଡିଓ କନଫ୍ରେନ୍ସିଂ ଜରିଆରେ ସେ ଏହାର ଶିଳାନ୍ୟାସ କରିଛନ୍ତି । କୁର୍ନୁଲର ମନ୍ତ୍ରଣାଳୟମ ଠାରେ ଏହି ପ୍ରତିମା ପ୍ରତିଷ୍ଠା କରାଯିବ। ଏହି ପ୍ରକଳ୍ପରେ ମୋଟ 5 ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରତିମା ଆଗାମୀ ବର୍ଷ ମାନଙ୍କରେ ସନାତନ ହିନ୍ଦୁ ଧର୍ମର ବାର୍ତା ସାରା ବିଶ୍ୱକୁ ପ୍ରଦାନ କରିବ ।  ଏହି ପ୍ରତିମାର ସ୍ଥାପନା ପଛରେ ଏକ  ପ୍ରମୁଖ ଉଦ୍ଦେଶ୍ୟ ହେଲା ଯେ ବୈଷ୍ଣବ ପରମ୍ପରାର ଭାରତ ଓ ସାରା ବିଶ୍ୱରେ ପ୍ରଚାର ପ୍ରସାର । ମନ୍ତ୍ରାଲୟମ ଦାସ ସାହିତ୍ୟ ପ୍ରକଳ୍ପ  ଜରିଆରେ ଅନେକ ସାମାଜିକ କାର୍ଯ୍ୟ କରାଯାଉଛି ।

ଯେଭଳି ଅନ୍ନ ଦାନ ଓ ବିଦ୍ୟା ଦାନ । କେବଳ ସେତିକି ନୁହେଁ ଲୋକ ମାନଙ୍କୁ ଶୁଦ୍ଧ ପାନୀୟ ଜଳ ମଧ୍ୟ ଉପଲବ୍ଧ କରାଯାଉଛି । ଲୋକ ମାନଙ୍କୁ ରହିବାକୁ ଘର ପ୍ରଦାନ କରାଯାଉଛି । ଏହା ବ୍ୟତୀତ ଗୋ ରକ୍ଷାର ଦାୟିତ୍ୱ ମଧ୍ୟ ଉଠାଯାଉଛି । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ତାଙ୍କର ଉଦବୋଧନରେ ମନେ ପକାଇ ଥିଲେ ଯେ କିଭଳି ବିଜୟନଗର ସାମ୍ରାଜ୍ୟ ତୁଙ୍ଗଭଦ୍ରା ନଦୀ କୁଳରେ ସ୍ଥିତ ଥିଲା । ଏହି ନଦୀ କୂଳରେ ଦଶ ଏକର ପରିମିତ ଅଂଚଳରେ ଏହି ପ୍ରକଳ୍ପ ତିଈରି ହେବ । ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଅଢେଇ ବର୍ଷ ଲାଗିବ । 
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ତାଙ୍କର ଉଦବୋଧନରେ କହି ଥିଲେ ଯେ ରାଘବେନ୍ଦ୍ର ସ୍ୱାମୀଙ୍କ ମନ୍ଦିର ପାଇଁ ମନ୍ତ୍ରାଳୟମ ଗାଁ ପୂର୍ବରୁ ଖୁବ ଲୋକପ୍ରିୟ ହୋଇ ସାରିଛି । ଶ୍ରୀ ଶାହ ଆହୁରି ଇତିହାସକୁ ମନେ ପକାଇ କହିଥିଲେ, ବିଜୟ ନଗର ସାମ୍ରାଜ୍ୟ  ସମ୍ପୂର୍ଣ ଦକ୍ଷିଣ ଭାରତରେ ବିଦେଶୀ ଆକ୍ରମଣକାରୀ ମାନଙ୍କୁ ବିତାଡିତ କରି  ସ୍ୱଦେଶ  ସ୍ବଧର୍ମର ଶାସନ ପ୍ରତିଷ୍ଠା କରିଥିଲା । କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି । ଶହ ଶହ ବର୍ଷ ଧରି ଅଯୋଧ୍ୟାରେ ମନ୍ଦିର ନିର୍ମାଣ କାମ ଅଟକି ରହିଥିଲା । ଶହ ଶହ ବର୍ଷ ପରେ ପ୍ରଭୁ ଶ୍ରୀରାମ ତାଙ୍କର ଜନ୍ମଭୂମିରେ ଭବ୍ୟ ମନ୍ଦିରରେ ପୂଜା ପାଇବେ । 

ଏହି କାର୍ଯ୍ୟକ୍ରମରେ ଅମିତ ଶାହ ଦକ୍ଷିଣ ଭାରତରେ ବୈଷ୍ଣବ ପରମ୍ପରାକୁ ଆଗକୁ ନେଇଥିବା ସାଧୁ ସନ୍ଥ ମାନଙ୍କୁ ମଧ୍ୟ ସ୍ମରଣ କରିଥିଲେ । । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ 1953 ରୁ 1956 ଯାଏ କୁର୍ନୁଲ ଆନ୍ଧ୍ର ପ୍ରଦେଶର ରାଜଧାନୀ ଥିଲା । 

Comments are closed, but trackbacks and pingbacks are open.