ବର୍ଷାଙ୍କ ରିଟ୍ ଆବେଦନକୁ ଖାରଜ କଲେ ହାଇକୋର୍ଟ

22

ଷ୍ଟାର ଦମ୍ପତି ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଲାଗିଲା ଅଦାଲତି ଝଟକା । ବର୍ଷାଙ୍କ ରିଟ୍ ଆବେଦନକୁ ଖାରଜ କଲେ ହାଇକୋର୍ଟ । ବର୍ଷା ଅନୁଭବ ପାରିବାରିକ ବିବାଦ ପ୍ରସଙ୍ଗ । ବର୍ଷାଙ୍କୁ ଲାଗିଲା ଅଦାଲତି ଝଟକା । ବର୍ଷାଙ୍କ ରିଟ୍ ଆବେଦନକୁ ଖାରଜ କଲେ ହାଇକୋର୍ଟ । ସୋସିଆଲ ମିଡିଆରେ ଅନୁଭବ ରଖୁଥିବା ମନ୍ତବ୍ୟକୁ ବିରୋଧ କରି ଦାୟର ହୋଇଥିଲା ମାମଲା ।

ସୂଚନା ଥାଉକି, ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ଷ୍ଟାର କପଲ କଳି ।ଖୋଦ୍ ଅନୁଭବଙ୍କ ଟୁଇଟ୍ କରି କହିଥିଲେ ତୁମକୁ ହାତ ଯୋଡି ଅନୁରୋଧ ମୋ ଜୀବନରୁ ଦୂରେଇ ଯାଅ । ଅନୁଭବ ଲେଖିଥିଲେ ପିଲାଙ୍କ ଖୁସି ବାପାମାଆ ସବୁବେଳେ ଚାହାନ୍ତି । ଆମେ ଜାଣୁ କିଏ ଠିକ୍ ଏବଂ କିଏ ଭୁଲ ।

ମୋ ବାପାଙ୍କ ଦେହ ବହୁତ ଖରାପ, ସେ ଗୁରୁତର ଅବସ୍ଥାରେ ଆଇସିୟୁରେ ଅଛନ୍ତି । ତୁମକୁ ମୁଁ ହାତଯୋଡୁଛି, ଡେରି ନକରି ଶୀଘ୍ର ଦୂରେଇ ଯାଅ । ଆଉ ମୋ ବାପାମାଆଙ୍କୁ ଶାନ୍ତିରେ ଟିକେ ନିଶ୍ୱାସ ନେବାକୁ ଦିଅ । ମହାପ୍ରଭୁ ତୁମର ମଙ୍ଗଳ କରିବେ । ଟୁଇଟରରେ ବର୍ଷାଙ୍କୁ ଟ୍ୟାଗ୍ କରି ଅନୁଭବ ଏମିତି ଅନୁରୋଧ କରିଛନ୍ତି । ତେବେ ଏ ପ୍ରସଙ୍ଗରେ ବର୍ଷା ତରଫରୁ କୌଣସି ପ୍ରତିକ୍ରିୟା ମିଳିନଥିଲା ।

Comments are closed, but trackbacks and pingbacks are open.