ଶ୍ରଦ୍ଧାଞ୍ଜଳିଙ୍କ ଆବେଦନର ପୁନଶ୍ଚ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

19

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ମାମଲାର ହେବ ପୁନଃ ଶୁଣାଣି। ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ଆବେଦନର ପୁନଶ୍ଚ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସୂଚନାଯୋଗ୍ୟ, ଇଡି ମାମଲାରେ ବ୍ୟକ୍ତିଗତ ହାଜର ନ ହେବାକୁ ଶ୍ରଦ୍ଧାଞ୍ଜଳି ଆବେଦନ କରିଥିଲେ । ତେବେ ଏହି ଆବେଦନକୁ ସ୍ୱତନ୍ତ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଙ୍କ କୋର୍ଟ ଖାରଜ କରିଥିଲେ। ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ଶ୍ରଦ୍ଧାଞ୍ଜଳି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଦୁଇ ସପ୍ତାହ ମଧ୍ୟରେ ଶ୍ରଦ୍ଧାଞ୍ଜଳିଙ୍କ ଆବେଦନର ସ୍ୱତନ୍ତ୍ର ଇଡି କୋର୍ଟରେ ପୁନଶ୍ଚ ଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗ ହନି ଟ୍ରାପ୍‌ ମାମଲାରେ ଇଡି ଚାର୍ଜସିଟ୍‌ରେ ଶ୍ରଦ୍ଧାଞ୍ଜଳିଙ୍କୁ ଚତୁର୍ଥ ଅଭିଯୁକ୍ତ ଦର୍ଶାଯାଇଛି । ସେପଟେ କିଛି ଦିନ ତଳେ, ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ବିସ୍ଫୋରକ ବୟାନ ଦେଇଥିଲେ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣି ଜଗବନ୍ଧୁ କହିଥିଲେ, ଆମ ମୁଣ୍ଡରେ ଅଠା ବୋଳାଯାଇଛି । ସବୁ ସେଇ ଅକ୍ଷୟ ପରିଜାଙ୍କ ଚକ୍ରାନ୍ତ ବୋଲି ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ନେବା ବେଳେ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଜଗବନ୍ଧୁ ଚାନ୍ଦ। ଏଥିସହ ଜଗବନ୍ଧୁ କହିଛନ୍ତି, ସେ ଝିଅକୁ ଟଙ୍କା ଲାଳସା ଦେଖାଇ ଆମ ନାଁରେ ଅଠା ବୋଳିଛନ୍ତି, ତାଙ୍କୁ ଶୀଘ୍ର ବାହାର କରାଯାଉ । ସମୟ ଆସିଲେ ସବୁ କହିବୁ ବୋଲି କହିବା ସହ ଏହାପଛରେ ଆହୁରି ଅନେକ ଲୋକ ଥିବା କହିଛନ୍ତି ଜଗବନ୍ଧୁ । ସେମାନଙ୍କୁ ବାହାର କରିବାକୁ ସେ ଦାବି କରିଛନ୍ତି । ଏଥିସହ ଜଗବନ୍ଧୁ କହିଛନ୍ତି, ସେମାନେ କାହାକୁ ଟଙ୍କା ମାଗି ନାହାନ୍ତି ।

ହନିଟ୍ରାପର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଅର୍ଚ୍ଚନା ନାଗଙ୍କ ବିରୋଧରେ ଚାଲିଥିବା ମନି ଲଣ୍ଡରିଂ ମାମଲାରେ ଜବାବ ରଖିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ (ଇଡ଼ି) ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଚ୍ଚନାଙ୍କ ନିୟମିତ ଜାମିନ ଆବେଦନର ପ୍ରାଥମିକ ଶୁଣାଣି ବେଳେ ଜଷ୍ଟିସ ଭି. ନରସିଂହଙ୍କ ଖଣ୍ଡପୀଠ ଇଡିକୁ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଜାମିନ ପାଇଁ ଆବେଦନ କରିଥିବା ବେଳେ ଆସନ୍ତା ୨୬ ତାରିଖରେ ଅର୍ଚ୍ଚନାଙ୍କ ମାମଲା ସହିତ ତାଙ୍କ ଜାମିନ ଆବେଦନର ଶୁଣାଣି କରିବାକୁ କୋର୍ଟ ନିଷ୍ପତ୍ତି ଦେଇଛନ୍ତି।

୨୦୨୨ ମସିହା ଅକ୍ଟୋବର ୬ ତାରିଖରେ ହନିଟ୍ରାପ ରାକେଟ୍ ସାମ୍ନାକୁ ଆସିବା ପରେ ଅର୍ଚ୍ଚନାଙ୍କ ଆଇନଗତ ସମସ୍ୟା ଆରମ୍ଭ ହୋଇଥିଲା। ସେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଆପତ୍ତିଜନକ ଭିଡିଓ ଦେଖାଇ ବ୍ଲାକମେଲିଂ କରି ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଗତବର୍ଷ ତଳ କୋର୍ଟରେ ଅର୍ଚ୍ଚନାଙ୍କ ଜାମିନ୍ ଆବେଦନ ଖାରଜ ହେବା ପରେ ଓଲିଉଡ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା ୨୦୨୨ ଅକ୍ଟୋବର ୨୯ରେ ନୟାପଲ୍ଲୀ ଥାନାରେ ମାମଲା ରୁଜୁ କରିଥିଲେ।

Comments are closed, but trackbacks and pingbacks are open.