ମୂର୍ତ୍ତି ଉଚ୍ଚତା ବିବାଦ ର ଆବେଦନକୁ ଖାରଜ କଲେ ହାଇକୋର୍ଟ

26

କଟକରେ ମା’ ଦୁର୍ଗାଙ୍କ ୪ ଫୁଟ୍ ଉଚ୍ଚତାକୁ ବିରୋଧ କରି କଟକ ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା I ଗତକାଲି ମାମଲାର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଆଜି ହାଇକୋର୍ଟ ଏହାର ରାୟ ଶୁଣାଣି କରି କଟକ ବାଲୁବଜାର ପୂଜା କମିଟି ଆବେଦନ କୁ ଖାରଜ କରିଦେଇଛନ୍ତି ।
ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଦର୍ଶାଯାଇଥିଲା ଯେ ଏହା କଟକ ର ୫ଶହ ବର୍ଷର ପୁରୁଣା ପରମ୍ପରା,ତେଣୁ ଏହା ବଜାୟ ରଖିବାକୁ ଆବେଦନ ହୋଇଥିଲା କିନ୍ତୁ କୋଭିଡ୍ ସଂକ୍ରମଣ କୁ ନଜର ରେ ରଖି ୪ଫୁଟରୁ ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ ହୋଇପାରିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ପୂଜା କମିଟି ଆବେଦନ କୁ ମାନ୍ୟବର କୋର୍ଟ ଖାରଜ କରିଥିଲେ I
ହାଇକୋର୍ଟ କହିଛନ୍ତି ଯେ ସରକାରଙ୍କ କୋଡିଭ୍ ନିୟମାବଳୀରେ ହସ୍ତକ୍ଷେପ କରାଯାଇପାରିବ ନାହିଁ, ତେଣୁ ଏ ବିଷୟ ରେ ନିଷ୍ପତ୍ତି ରାଜ୍ୟ ସରକାର ନେବେ । ଅନ୍ୟପକ୍ଷରେ ହାଇକୋର୍ଟରୁ ନିରାଶ ହୋଇଥିବା ବାଲୁବଜାର ପୂଜା କମିଟି ଆଗକୁ କ’ଣ କରିବ, ସେ ନେଇ କିଛି ଜଣା ପଡ଼ିନାହିଁ। ଏହି କମିଟି ଆଗକୁ ସୁପ୍ରିମକୋର୍ଟ ଯିବ କି ନାହିଁ, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ତେବେ ଯାହା ସୂଚନା ମିଳିଛି, ସରକାରଙ୍କ କୋଭିଡ୍ ନିୟମାବଳୀ ମୁତାବକ ଏଥର ଦୁର୍ଗା ପୂଜା ହେବ। ଅର୍ଥାତ୍ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ରହିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.