ମଝି ଆକାଶରେ ନିଖୋଜ ହୋଇଗଲା ହେଲିକପ୍ଟର

503

ନୂଆଦିଲ୍ଲୀ: ମଝି ଆକାଶରେ ନିଖୋଜ ହୋଇଗଲା ହେଲିକପ୍ଟର । ୬ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ହେଲିକପ୍ଟର 9NMV । ହଠାତ ନେପାଳ ଆକାଶରେ ନିଖୋଜ ହୋଇଯାଇଛି ।  ୬ଜଣଙ୍କ ମଧ୍ୟରୁ ୫ଜଣ ବିଦେଶୀ ନାଗରିକ ବୋଲି ଜଣାଯାଇଛି । କାଠମାଣ୍ଡୁରୁ ସୋଲୁଖୁମ୍ବୁକୁ ଉଡାଣ ଭରିଥିଲା । ପାଖାପାଖି ଦିନ ୧୦.୧୨(ସ୍ଥାନୀୟ ସମୟ)ରୁ  ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିବା ସୂଚନା ଦେଇଛନ୍ତି ସୂଚନା ଅଧିକାରୀ ଜ୍ଞାନେନ୍ଦ୍ର ଭୂଲ୍ ।

ନିଖୋଜ ହେଲିକପ୍ଟରକୁ ଖୋଜିବା ତଥା ଉଦ୍ଧାର କରିବା ପାଇଁ ଆଉ ଏକ ହେଲିକପ୍ଟର ଯାଇଥିବା ନେପାଳ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆ ଯାଇଛି ।

Comments are closed, but trackbacks and pingbacks are open.