ଖୋଲାଯିବ ହୀରାକୁଦ ଗେଟ

27

ଉପରମୁଣ୍ଡାରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି । ଏହି କାରଣରୁ ଆଜି ଅପରାହ୍ନ ୫ଟାରେ ହୀରାକୁଦର ୬ଟି ଗେଟ୍ ଖୋଲିବା ନେଇ ଡ୍ୟାମ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି I ହୀରାକୁଦ ଗେଟ ଖୋଲିବା ନେଇ ୩ଟାରୁ ସାଇରନ ବାଜିବ I ସାଇରନ ପରେ ସନ୍ଧ୍ୟା ୫ଟାରୁ ପର୍ଯ୍ୟାୟକ୍ରମେ ୬ଟି ଗେଟ୍ ଖୋଲିବ । ୩୬ ଘଂଟାରେ ମୁଣ୍ଡୁଳିରେ ପହଞ୍ଚିବ ବର୍ଷା ଜଳ । ଲୋକଙ୍କୁ ନଦୀ ଭିତରକୁ ନଯିବାକୁ ପରାମର୍ଶ ଦେଇଛନ୍ତି । ଜଳଭଣ୍ଡାର ଜଳସ୍ତର ୬୨୬.୨୭ ଫୁଟ୍ ରହିଛି । ସେକେଣ୍ଡ ପ୍ରତି ୧ ଲକ୍ଷ ୬୭ ହଜାର ୫୬୮ କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ ୨୧ ହଜାର ୪୪୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଏନେଇ ହୀରାକୁଦ ଡ୍ୟାମ ମୁଖ୍ୟନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ସେପଟେ, ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ଛତିଶଗଡ଼ରେ ବର୍ଷା ହେବାର ଆଶଙ୍କା କରାଯାଉଛି। ତେଣୁ ହୀରାକୁଦରେ ଜଳସ୍ତର ବଢ଼ିପାରେ । ତାକୁ ଦୃଷ୍ଟିରେ ହୀରାକୁଦର ୬ ରୁ ୭ ଟି ଗେଟ ଖୋଲି ପାରେ । କଟକ ମଣ୍ଡୁଳି ଦେଇ ୫ ଲକ୍ଷ ୬ ଲକ୍ଷ କ୍ୟୁସେକ ପାଣି ପାସ କରାଇ ଦେଲେ ଆମର ବନ୍ୟା ସ୍ଥିତି ଉପୁଜିବ ନାହିଁ । ଯଦି ଅଧିକ ପାଣି ଆସେ ତେବେ ଆମକୁ ଅଧିକ ଗେଟ ଖୋଲିବୁ । ତେବେ ମହାନଦୀ ରେ ବନ୍ୟା ସ୍ଥିତି ଆସିବାର ସମ୍ଭାବନା ନାହିଁ । ସମସ୍ତ ବିଭାଗ ମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.