ଠିକାଦାରଙ୍କ ବାସଭବନରେ ଆୟକର ବିଭାଗର ଚଢ଼ାଉ

27

ଯାଜପୁର: ନିର୍ବାଚନ ସମୟରେ ଶକ୍ତ ହୋଇଛି ଆୟକର ବିଭାଗ। ସ୍ଥାନେ ସ୍ଥାନେ ଚାଲିଛି ରେଡ। ଗୁପ୍ତ ସୂଚନା ପାଇବା ମାତ୍ରେ ଅକ୍ସନ କରୁଛି ଆୟକର ବିଭାଗ। ଏହାରି ଭିତରେ ଯାଜପୁର ଜିଲ୍ଲାରେ ହାଟପାଟଣା ଅଞ୍ଚଳରେ ଆଇଟି ରେଡ୍ ଖବର ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କ ବାସଭବନରେ ଆୟକର ବିଭାଗର ଚଢ଼ାଉ ।ବିଦ୍ୟୁତ ଠିକାଦାରଙ୍କ ବାସଭବନରେ ଆଇଟି ରେଡ୍ ଜାରି ରହିଛି ।

ଠିକାଦାରଙ୍କ ହାଟପାଟଣା ବାସଭବନରେ ଚାଲିଛି ଚଢାଉ। ଅନ୍ୟପଟେ କେଉଁ କାରଣରୁ ଆୟକର ବିଭାଗ ଚଢ଼ାଉ କରିଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଗୁପ୍ତ ସୂଚନା ପାଇବା ପରେ ଠିକାଦାର ଧରଣୀ ସାହୁଙ୍କ ଘରେ ୭ଜଣିଆ ଆଇଟି ଟିମର ଚଢାଉ ଚାଲିଛି ।

Comments are closed, but trackbacks and pingbacks are open.