ଭୁବନେଶ୍ୱର: ହଷ୍ଟେଲ ରୁମ୍ର ଫ୍ୟାନ୍ରେ ଝୁଲି ପଡ଼ିଲେ ଛାତ୍ରୀ । ଉଦ୍ଧାର ହେଲା ମୃତଦେହ । ମୃତକ ଉତ୍କଳ ସଂଗୀତ ମହାବିଦ୍ୟାଳୟର +୨ ଦ୍ବିତୀୟ ବର୍ଷର ଛାତ୍ରୀ ଉତ୍କଳିକା ସ୍ୱାଇଁ ବୋଲି ଜଣାପଡ଼ିଛି । ତେବେ ଯୁବତୀ ଜଣକ କାହିଁକି ଆତ୍ମହତ୍ୟା କଲେ, ତାହାର କାରଣ ଖୋଜୁଛି ପୋଲିସ । ମୃତଦେହ ନିକଟରେ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିବା ବେଳେ ସମସ୍ତ ଦିଗରୁ ତଦନ୍ତ କରୁଛି ପୋଲିସ । ରାଜଧାନୀ ଭୁବନେଶ୍ୱରରେ ଥିବା ଉତ୍କଳ ସଂଗୀତ ମହାବିଦ୍ୟାଳୟର ହଷ୍ଟେଲରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲର ଏକ ରୁମ୍ରେ ୩ ଜଣ ଛାତ୍ରୀ ଏକାଠି ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଛୁଟିରେ ଗାଁକୁ ଯାଇଥିଲେ । ଏହି ସମୟ ଅବଧି ମଧ୍ୟରେ ହଷ୍ଟେଲ୍ର ଫ୍ୟାନ୍ରେ ଝୁଲି ପଡ଼ି ଉତ୍କଳିକା ଆତ୍ମହତ୍ୟା କରିଥିଲେ । ତାଙ୍କ ପାଖ ରୁମ୍ର ଛାତ୍ରୀମାନେ ଉତ୍କଳିକାଙ୍କ ମୃତଦେହ ଦେଖି ହଷ୍ଟେଲ ୱାଡନ୍କୁ ଜଣାଇବା ସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ଉଭୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତେବେ ଛାତ୍ରୀ ଜଣକ କାହିଁକି ଆତ୍ମହତ୍ୟା କଲେ, ତାହା ବର୍ତ୍ତମାନ ପର୍ୟ୍ୟନ୍ତ ଜଣା ପଡିନାହିଁ । ଉକ୍ତ ହଷ୍ଟେଲ୍ର ୱାଡନ୍କୁ ପଚରାଉଚରା କରି ସମସ୍ତ ଦିଗରୁ ତଦନ୍ତ ଚଳାଇଛି କ୍ୟାପିଟାଲ ଥାନା ପୋଲିସ ।
Comments are closed, but trackbacks and pingbacks are open.