୧୪୩ ସାମଗ୍ରୀର ମୂଲ୍ୟ ବୃଦ୍ଧି ଲାଗି GST ପରିଷଦଙ୍କ ପ୍ରସ୍ତାବ,ମାଗିଛନ୍ତି ରାଜ୍ୟ ସରକାରମାନଙ୍କ ରାୟ

22

ରାଜସ୍ୱ ଆୟ ବୃଦ୍ଧି ଲାଗି  ସାମଗ୍ରୀ ଓ ସେବା କର (ଜିଏସଟି) ପରିଷଦ ୧୪୩ ସାମଗ୍ରୀର ମୂଲ୍ୟ ବୃଦ୍ଧି ନିମନ୍ତେ ରାଜ୍ୟ ସରକାରମାନଙ୍କ ରାୟ ମାଗିଛନ୍ତି। ସୂତ୍ରାନୁସାରେ ଏହି ସବୁ ସମଗ୍ରୀରେ ପାମ୍ପଡ, ଗୁଡ, ପାୱାର ବ୍ୟାଙ୍କ, ଘଡ଼ି, ସୁଟକେସ୍, ହ୍ୟାଣ୍ଡବ୍ୟାଗ୍, ଅତର, ସୁଗନ୍ଧ, ରଙ୍ଗୀନ ଟେଲିଭିଜନ ସେଟ୍(୩୨ ଇଞ୍ଚରୁ କମ୍), ଚକୋଲେଟ୍, ଚ୍ୱିଂଗମ, ୱାଲନଟ, କଷ୍ଟାର୍ଡ ପାଉଡର, ଅଣ ମାଦକ ପାନୀୟ, ସେରାମିକ ସିଂକ, ୱାସ୍ ବେସିନ, ସନଗ୍ଲାସ୍, ଚଷମା ଫ୍ରେମ ଓ ଚମଡା ପ୍ରସ୍ତୁତ ପରିଧାନ ସମେତ ବସ୍ତ୍ର ସାମଗ୍ରୀର ମୂଲ୍ୟ ବୃଦ୍ଧି ନିମନ୍ତେ ପରିଷଦ ପ୍ରସ୍ତାବ ଦେଇଛନ୍ତି।

ଏହିପରି ୧୪୩ ଟି ସାମଗ୍ରୀରୁ ୯୨ ପ୍ରତିଶତକୁ ୧୮ ପ୍ରତିଶତ ଶୁଳ୍କ ସ୍ଲାବ୍‌ରୁ ୨୮ ପ୍ରତିଶତକୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି।  ଏହି ସବୁ ସାମଗ୍ରୀରେ ଏପରି କେତେକ ଜିନିଷ ଅଛି ଯେଉଁଗୁଡିକ ଉପରୁ ଜିଏସଟି ନଭେମ୍ବର ୨୦୧୭ ଓ ଡିସେମ୍ବର ୨୦୧୮ରେ ମୂଲ୍ୟ ହ୍ରାସ କରିଥିଲେ। ଏବେ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ଯଦି ରାଜ୍ୟମାନଙ୍କର ସ୍ୱୀକୃତି ମିଳେ ତେବେ ସେଗୁଡିକର ଦାମ ପୁଣି ବଢି ଯିବ ବୋଲି ଆକଳନ କରାଯାଉଛି।

ତେବେ ଏହି ସବୁ ସାମଗ୍ରୀର ଦର ପରିବର୍ତ୍ତନ ଜିଏସଟି ଅଚାନକ କରିବେନି। ପର୍ଯ୍ୟାୟକ୍ରମେ ଏଗୁଡିକର  ମୂଲ୍ୟ ବୃଦ୍ଧି ହେବ। କାରଣ ଏବେ ଦେଶରେ ପ୍ରାୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି। ଏଥିରେ ଜିଏସଟି ପରିଷଦ ଯେଉଁ ସମୟରେ ଶୁଳ୍କ ସ୍ଲାବ ବୃଦ୍ଧି ଲାଗି ପ୍ରସ୍ତାବ ଦେଇଛନ୍ତି ରାଜ୍ୟମାନେ ସେହି ସମୟକୁ ନେଇ ପ୍ରଶ୍ନ କରିଛନ୍ତି। ଗତ ମାର୍ଚ୍ଚ ୨୦୨୨ରେ ପାଇକାରୀ ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ପିତି ୧୪.୫୫ ପ୍ରତିଶତକୁ ପହଞ୍ଚି ଯାଇଛି। ଏହି ସମୟରେ ଦେଶରେ ଖୁଚରା ମୁଦ୍ରାସ୍ପିତି ହାର ୧୭ ମାସର ସର୍ବୋଚ୍ଚ ସ୍ତର ୬.୯୫ ପ୍ରତିଶତକୁ ପହଞ୍ଚି ଯାଇଛି। ଏଥିରେ ଯଦି ରାଜ୍ୟମାନେ ପରିଷଦଙ୍କ ପ୍ରସ୍ତାବକୁ ଗ୍ରହଣ କରି ନିଅନ୍ତି ମୂଲ୍ୟ ବୃଦ୍ଧିରେ ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି କରିବ ବୋଲି ଆକଳନ କରାଯାଉଛି।  

ତେବେ ଜିଏସିଟି ପରିଷଦ ରାଜ୍ୟମାନଙ୍କୁ ଏପରି କିଛି ପ୍ରସ୍ତାବ ଦେଇ ନଥିବା ଅନ୍ୟ ଏକ ସୂତ୍ରରୁ ସୂଚନା ଆସୁଛି। ସୂତ୍ରାନୁସାରେ ଜିଏସଟି ହାରକୁ ଯୁକ୍ତିସଙ୍ଗତ କରିବା ପାଇଁ ବିଚାର କରୁଥିବା ମନ୍ତ୍ରୀମାନଙ୍କ ପ୍ୟାନେଲ ତାଙ୍କ ରିପୋର୍ଟ ଜିଏସଟି ପରିଷଦଙ୍କୁ ଦେବେ।  ଏଥିଲାଗି ଗତବର୍ଷ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ  ବୋମାଇଙ୍କ ନେତୃତ୍ୱରେ ଏକ ପାନେଲ ଗଠନ କରାଯାଇଥିଲା। ଏହି ପ୍ୟାନେଲ କରହାରକୁ ଯୁକ୍ତିସଙ୍ଗତ କରି ରାଜସ୍ୱବୃଦ୍ଧି ଲାଗି ପ୍ରସ୍ତାବ କରିବେ।  ଏଣୁ ମାମଲାରେ ନା ରାଜ୍ୟମାନଙ୍କୁ ୧୪୩ ବସ୍ତୁ ନେଇ ସେପରି କୌଣସି ପ୍ରସ୍ତାବ ଦିଆଯାଇ ନଥିବା ବେଳେ କୌଣସି ସାମଗ୍ରୀକୁ ୧୮ ପ୍ରତିଶତ ସ୍ଲାବରୁ ୨୮ ପ୍ରତିଶତକୁ ବଢାଇବାର ମଧ୍ୟ ଯୋଜନା ନାହିଁ ବୋଲି କୁହାଯାଇଛି ।

Comments are closed, but trackbacks and pingbacks are open.