ମହାଲିଙ୍ଗ ର ମହା ସତ :ସ୍କୁଲ ଷ୍ଟାଡିୟମ୍‌ ମାଟିତଳୁ ବାହାରିଲା ମୃତ ଦେହ

24

ବହୁ ଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ମମିତା ମେହେର ନିଖୋଜ ଘଟଣାର ପୋଲିସ ପତ୍ତା ଲଗାଇ ପାରୁନଥିବା ବେଳେ ,ଆଜି ସ୍କୁଲ ଷ୍ଟାଡିୟମ ମାଟି ତଳୁ ଏକ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଛି I ମୃତ ଦେହ ଟି ନଷ୍ଟ ହୋଇ ଯାଇଥିବା ବେଳେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ I

ଘଟଣାରୁ ପ୍ରକାଶ ଗତ ୮ ତାରିଖ ରୁ କଳାହାଣ୍ଡି ଜିଲ୍ଲା ତୁରକେଲା ଥାନା ଅନ୍ତର୍ଗତ ଝରଣୀ ଗ୍ରାମର ମମିତା ମେହେର ନିଖୋଜ ହୋଇଥିଲେ I ସେ ମହାଲିଙ୍ଗ ସନ୍‌ସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ଥିଲେ I ଏ ନେଇ ତାଙ୍କ ପରିବାର ଲୋକେ ପ୍ରଥମେ କେଗାଁ ଓ ପରେ ସିନ୍ଧେକେଲା ଥାନାରେ ଏତଲା ଦେଇଥିଲେ I ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ସ୍କୁଲ ମାଲିକ ତଥା ସ୍କୁଲ ଉପଦେଷ୍ଟା କମିଟିର ସଭାପତି ଗୋବିନ୍ଦ ସାହୁ ମମିତା ଙ୍କୁ ୭ ତାରିଖ ରାତିରେ ଫୋନ କରି ୮ ତାରିଖ ସ୍କୁଲ ରେ ମିଟିଂ ଅଛି ବୋଲି କହି ଡ଼କାଇଥିଲେ ଓ ବସଷ୍ଟାଣ୍ଡ ରୁ ନିଜେ ଗୋବିନ୍ଦ ସାହୁ ମମିତା ଙ୍କୁ କାର ଯୋଗେ ଆଣିବାକୁ ଯାଇଥିଲେ Iତା ପରଠାରୁ ଦୀର୍ଘ ୧୧ ଦିନ ହେବ ଶିକ୍ଷୟତ୍ରୀ ନିଖୋଜ ଅଛନ୍ତି I
ଆଜି ପୋଲିସ ଏହି ଘଟଣାର ତଦନ୍ତ କରିବାକୁ ଯାଇ ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍‌ରେ ଆଜି ସକାଳେ ଜେସିବି ସାହାଯ୍ୟରେ ଖୋଳାଖୋଳି ଆରମ୍ଭ କରିଥିଲା । ଘଟଣାର ମାତ୍ର ୩ ଘଣ୍ଟା ପରେ ଜେସିବି ଖୋଳୁ ଖୋଳୁ ମାତ୍ର ୮-୧୦ ଫୁଟ ତଳୁ ଏକ ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର ହୋଇଛି। ମୃତଦେହଟି ପୋଡ଼ି ଯାଇଥିବାରୁ ତାହାକୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି। ଉକ୍ତ ସ୍ଥାନକୁ ପୁଲିସ୍‌ ଚାରିପଟୁ ସିଲ୍‌ କରି ଦେଇଛି। ଘଟଣାସ୍ଥଳରୁ ମୃତଦେହ ବାଦ ଏକ ଧୂପକାଠି, ପାଉଁଜି, ସୁନା ଚେନ୍‌, ବ୍ରେସଲେଟ୍‌, ମୁଦି ଓ ଆହୁରି କିଛି ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଛି ।
ପାରିପାର୍ଶ୍ୱିକ ସ୍ଥିତିରୁ ଏହା ମମିତାଙ୍କ ମୃତଦେହ ବୋଲି ଜଣା ପଡ଼ୁଥିବା ବେଳେ ଏହାକୁ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନି।

ସୂଚନାଯୋଗ୍ୟ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସନ୍‌ସାଇନ ପବ୍ଲିକ୍ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଗତକାଲିଠୁ ଟିଟିଲାଗଡ଼ ପୋଲିସ ବ୍ୟାରେକରୁ ପାଚେରୀ ଡେଇଁ ଫେରାର ହୋଇଯାଇଛି ଏହି ଘଟଣାରେ ୩ କନେଷ୍ଟବଳ ଙ୍କୁ ନିଲମ୍ବିତ କରାଯାଇଛି I

Leave A Reply

Your email address will not be published.