ମହାଠକ ରସିକିଆ ଡାକ୍ତର ଗିରଫ : ଅଛନ୍ତି ୧୪ ଜଣ ପତ୍ନୀ

18

ମହିଳା ଥାନା ପୋଲିସ୍ କବଜାରେ ମହାଠକ ରସିକିଆ ଡାକ୍ତର । ନିଜକୁ ହୋମିଓପ୍ୟାଥି ଡାକ୍ତର ର ପରିଚୟ ଦେଇ ରାଜ୍ୟ ଏବଂ ରାଜ୍ୟ ବାହାରେ ରଖିଛି ୧୪ ଟି ପତ୍ନୀ ଓ ସେମାନଙ୍କ ଠାରୁ ଲୁଟିଛି ଲକ୍ଷାଧିକ ଟଙ୍କା । ସବୁଠାରୁ ରୋଚକ ତଥ୍ୟ ହେଲା ତା ର ପତ୍ନୀ ମାନେ କେହି କାହା ବିଷୟରେ କିଛି ଜାଣି ନାହାନ୍ତି । ପତ୍ନୀଙ୍କ ମଧ୍ୟରେ ଅଛନ୍ତି ଡାକ୍ତର, ଓକିଲ ଓ ମଡେଲ ରହିଛନ୍ତି। ଏହି ମହା ଠକ ଡାକ୍ତର ଜଣକ ହେଲେ କେନ୍ଦ୍ରାପଡା ଭଗବାନପୁରର ରମେଶ ଚନ୍ଦ୍ର ସ୍ଵାଇଁ ବୟସ ୬୧ ବର୍ଷ ।

ଖବର ଅନୁଯାୟୀ, ରମେଶ ଦୀର୍ଘ ୨୦ ବର୍ଷ ହେବ କୋଟି କୋଟି ଟଙ୍କାର ଠକେଇ କରି ଆସୁଛି। ଏହା ସହିତ ବିଭିନ୍ନ ଠକେଇ ମାମଲାରେ ଆନ୍ଧ୍ର ପୋଲିସ ଦ୍ୱାରା ୨୦୧୧ ମସିହାରେ ଗରିଫ ହୋଇଥିଲା । ଆନ୍ଧ୍ର ପ୍ରଦେଶ ,କର୍ଣ୍ଣାଟକ, ଓଡ଼ିଶାରେ ନକଲି ଡାକ୍ତର ରମେଶ ଲିଙ୍କ ମିଳିଛି। ଏ ବାବଦରେ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ସୋମବାର ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଏନେଇ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ମିଳିଛି ।

Comments are closed, but trackbacks and pingbacks are open.