ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାତି ଅଧିଆ ଜିପିଆରଏସ ସର୍ଭେ ହୋଇଥିବା ସୂଚନା ମିଳିଛି । ଶ୍ରୀମନ୍ଦିର ଚାରିପାଖରେ ଦୁଇ ଦିନ ହେଲାଣି ରାତି ଅଧରେ କରାଯାଉଛି ଜିପିଆର୍ (Ground-penetrating radar ) ସର୍ଭେ।ଗତ କାଲି ରାତିରେ ଏହି କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ପଚାରିବାରୁ , ସେମାନେ କହିଥିଲେ ଯେ ଏହା ଦ୍ୱିତୀୟ ଦିନ ପାଇଁ କରାଯାଉଛି। ଶୁକ୍ରବାର ରାତିରୁ ଏହାର ଆରମ୍ଭ ହୋଇଛି। ତେବେ ୨ ଦିନ ଜିପିଆରଏସ ସର୍ଭେ ହୋଇଛି । ଆଉ ୨ ଦିନରେ ସର୍ଭେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଗୁଜୁରାଟ ର ଗାନ୍ଧୀ ନଗର ଆଇଆଇଟି ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ଜରିଆରେ ଜିପିଆର ସର୍ଭେ କରୁଛି। ଆଉ ଦୁଇ ଦିନ ସର୍ଭେ କରିବା ପରେ ୧୫ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।
ଗତକାଲି ଏହି କର୍ମଚାରୀମାନେ ରାତି ୧୨ଟା ପରେ ଏମାର ମଠ, କାକୁଡ଼ିଖାଇ ମନ୍ଦିର, ଦକ୍ଷିଣ ଓ ପଶ୍ଚିମ ଦ୍ୱାରରେ ଚାଲିଛି । ମାତ୍ର ଜିପିଆରଏସ ସର୍ଭେ ନେଇ ସରକାର କିମ୍ବା ଏଏସଆଇ କିଛି ସ୍ପଷ୍ଟ କରିନି । ଲୁଚାଛପାରେ ରାତି ଅଧିଆ ସର୍ଭେକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ମାମଲା କୋର୍ଟରେ ଥିବା ବେଳେ ରାତିଅଧିଆ ସର୍ଭେକୁ ନେଇ ପ୍ରଶ୍ନ ଉଠୁଛି । ଏହି ସମୟରେ ସେଠାରେ ଏଏସ୍ଆଇର କୌଣସି ଅଧିକାରୀ ଉପସ୍ଥିତ ଥିବା ଦେଖିବାକୁ ମିଳି ନଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଲାଗି ରହିଛି ।
Prev Post
Comments are closed, but trackbacks and pingbacks are open.