ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ବିନା ସୁଧରେ ଋଣ ଦେବେ ସରକାର

21

ସରକାରୀ କର୍ମଚାରୀଙ୍କ ପାଇଁ ଖୁସୀ ଖବ। ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ଋଣ ଯୋଗାଇ ଦେବେ ସରକାର। ତା’ ପୁଣି ବିନା ସୁଧରେ। ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି।aଗାଇଡ୍‌ଲାଇନ୍‌ ଦିଆଯାଇଥିବା ସୂଚନା ଅନୁସାରେ, ସରକାରୀ କର୍ମଚାରୀ ଇ-ଯାନ କିଣିବାକୁ ବିନା ସୁଧରେ ଅଗ୍ରୀମ ଋଣ ପାଇବେ। ଏନେଇ ଶୁକ୍ରବାର ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି।

ଅର୍ଥ ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ ଅନୁସାରେ ସରକାରୀ କର୍ମଚାରୀମାନେ କେବଳ ଗୋଟିଏ ଦୁଇ ଚକିଆ କିମ୍ବା ଚାରି ଚକିଆ ଇ-ଯାନ କିଣିବା ପାଇଁ ଋଣ ନେଇପାରିବେ। ଏହି ସୁବିଧା ୨୦୨୫ ଡିସେମ୍ୱର ୩୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଓଡ଼ିଶାର ଗ୍ରୁପ୍ ‘ଏ’ ଓ ଗ୍ରୁପ୍ ‘ବି’ ସରକାରୀ କର୍ମଚାରୀମାନେ ଉଭୟ ଇଲେକ୍ଟ୍ରିକ୍ ବାଇକ ଓ କାର କିଣିବା ପାଇଁ ଋଣ ନେଇପାରିବେ। ଇଲେକ୍ଟ୍ରିକ୍ କାର କ୍ଷେତ୍ରରେ ଏହି ଋଣ ୧୫ ଲକ୍ଷ ଟଙ୍କାରୁ କମ ମୂଲ୍ୟର ଗାଡ଼ି ଉପରେ ଲାଗୁ ହେବ। ଅନ୍ୟପଟେ ଗ୍ରୁପ୍ ‘ସି’ ଓ ଗ୍ରୁପ୍ ‘ଡି’ କର୍ମଚାରୀମାନେ କେବଳ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ ଦୁଇ ଚକିଆ ଇ-ଯାନ କିଣିବାକୁ ଋଣ ନେଇପାରିବେ।

ଓଡ଼ିଶାର ଗ୍ରୁପ୍ ‘ଏ’ ଓ ଗ୍ରୁପ୍ ‘ବି’ ସରକାରୀ କର୍ମଚାରୀମାନେ ଉଭୟ ଇଲେକ୍ଟ୍ରିକ୍ ବାଇକ ଓ କାର କିଣିବା ପାଇଁ ଋଣ ନେଇପାରିବେ। ଇଲେକ୍ଟ୍ରିକ୍ କାର କ୍ଷେତ୍ରରେ ଏହି ଋଣ ୧୫ ଲକ୍ଷ ଟଙ୍କାରୁ କମ ମୂଲ୍ୟର ଗାଡ଼ି ଉପରେ ଲାଗୁ ହେବ। ଅନ୍ୟପଟେ ଗ୍ରୁପ୍ ‘ସି’ ଓ ଗ୍ରୁପ୍ ‘ଡି’ କର୍ମଚାରୀମାନେ କେବଳ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ ଦୁଇ ଚକିଆ ଇ-ଯାନ କିଣିବାକୁ ଋଣ ନେଇପାରିବେ। ଇ-ଯାନ ବାବଦକୁ ନେଇଥିବା ଋଣକୁ କର୍ମଚାରୀମାନେ ୧୦୦ଟି କିସ୍ତିରେ ସୁଝି ପାରିବେ। ସେମାନେ ଚାହିଁଲେ କିସ୍ତି ତାରିଖ ପୂର୍ବରୁ ମଧ୍ୟ ଏହି ଋଣକୁ ପରିଶୋଧ କରିପାରିବେ। ଅନ୍ୟପଟେ ସରକାରି କର୍ମଚାରୀ ଯଦି ଗାଡ଼ି ବାବଦକୁ ମିଳିଥିବା ଋଣକୁ ଅନ୍ୟ କୌଣସି କାମରେ ଖର୍ଚ୍ଚ କରନ୍ତି, ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed, but trackbacks and pingbacks are open.