ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ ରାଶି ବୃଦ୍ଧି କଲେ ସରକାର

0 21

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ସେବା ନିବୃତ ଅଙ୍ଗନବାଡ଼ି କର୍ମୀମାନେ ୨୦ ହଜାର ଟଙ୍କା ବଦଳରେ ୪୦ ହଜାର ଟଙ୍କା ଏକକାଳୀନ ପାଇବେ I ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅଙ୍ଗନବାଡ଼ି ସହାୟକମାନଙ୍କ ପ୍ରୋତ୍ସାହନ ରାଶିକୁ ସରକାର ବୃଦ୍ଧି କରିଛନ୍ତି । ସେବାରୁ ନିବୃତ ହେଉଥିବା ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି । ଏଥିସହିତ ମିନି ଅଙ୍ଗନବାଡ଼ି କର୍ମୀଙ୍କ ସେବା ନିବୃତ ପ୍ରୋତ୍ସାହନ ରାଶି ମଧ୍ୟ ବୃଦ୍ଧି କରାଯାଇଛି । ସେମାନଙ୍କୁ ଏବେ ୧୫ ହଜାର ବଦଳରେ ୩୦ ହଜାର ଟଙ୍କା ଦିଆଯିବ ।
ସେହିପରି ଅଙ୍ଗନବାଡ଼ି ସହାୟକଙ୍କ ପ୍ରୋତ୍ସାହନ ରାଶି ୧୦ ହାଜରରୁ ୨୦ ହଜାରକୁ ବଢ଼ାଇ ଦିଆଯାଇଛି । ବର୍ଦ୍ଧିତ ପ୍ରୋତ୍ସାହନ ରାଶି ପିଛିଲା ଭାବେ ୨୦୧୯ ଜାନୁଆରୀ ୧ରୁ ଲାଗୁ ହେବ । ଏହାଦ୍ୱାର ବର୍ତ୍ତମାନ ସୁଦ୍ଧା ସେବା ନିବୃତ ହୋଇଥିବା ୧୯୯୧ ଜଣ ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟିକା ଉପକୃତ ହେବେ। ଅନ୍ୟପକ୍ଷରେ ସରକାରଙ୍କ ଏହି ଘୋଷଣା ଦ୍ୱାରା ରାଜ୍ୟର ମୋଟ ୧ ଲକ୍ଷ ୩୦ ହଜାର ଅଙ୍ଗନବାଡ଼ି କର୍ମୀ ଉପକୃତ ହେବେ। ଏହା ସହିତ ଯଦି କାର୍ଯ୍ୟରତ ଥିବା ସମୟରେ ଅସୁସ୍ଥତା ଯୋଗୁ କୌଣସି ସରକାରୀ କିମ୍ବା ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ, ସେମାନଙ୍କୁ ସେହି ସମୟ ପାଇଁ ପ୍ରତିବର୍ଷ ସବୈତନିକ ଚିକିତ୍ସା ଛୁଟି (Paid Medical Leave) ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି I

Leave A Reply

Your email address will not be published.