ଆସନ୍ତା ୨୨ ରେ ହେବ ଚତୁର୍ଥ ପର୍ଯ୍ୟାୟ ଭୋଟ , ୧୭,୦୮୯ଟି ବୁଥ୍‌ରେ ହେବ ମତଦାନ

16

ରାଜ୍ୟରେ ଗତକାଲି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ହୋଇସାରିଛି ଇ ଚତୁର୍ଥ ପର୍ଯ୍ୟାୟ ର ମତଦାନ ଆସନ୍ତା ୨୨ ତାରିଖରେ ହେବ । ସମୁଦାୟ ୨୭ଟି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ସମୁଦାୟ ୧୭,୦୮୯ ବୁଥ୍ ପ୍ରସ୍ତୁତ ହୋଇସାରିଛି I ସେଥିମଧ୍ୟରୁ ୨୫୬୩ ବୁଥ୍ ସମ୍ବେଦନଶୀଳ ଚିହ୍ନଟ ହୋଇଛି ଅବଶିଷ୍ଟ ୧୬୩ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ୧୨୫୪ଟି ପଞ୍ଚାୟତର ୧୭,୦୮୯ ବୁଥ୍ରେ ହେବ ମତଦାନ । ମଇଦାନରେ ୬୬୭ ଜିଲ୍ଲା ପରିଷଦ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି ।
ଝରୁସୁଗୁଡା, ବୌଦ୍ଧ, ଦେବଗଡ଼ରେ ସାରିଯାଇଛି ନିର୍ବାଚନ । ଭଦ୍ରକ ଏବଂ ରାୟଗଡାରେ ରିପୋଲିଂ ନେଇ ପ୍ରସ୍ତାବ ଆସିଛି । ଭୋଟ୍ ଗଣନା ବେଳେ ଲାଗିଥିବା କୋଭିଡ୍ କଟକଣା ହଟିଯାଇଛି । ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ଏବଂ ଆଣ୍ଟିଜେନ୍ ଟେଷ୍ଟ ଆବଶ୍ୟକ ନାହିଁ । କେବଳ ଥର୍ମାଲ ସ୍କ୍ରିନିଂ କରି ଭିତରକୁ ଛଡ଼ାଯିବ । ଯେଉଁମାନଙ୍କର କରୋନା ଲକ୍ଷଣ ଦେଖାଯିବ ସେମାନଙ୍କୁ ଛଡ଼ାଯିବ ନାହିଁ । କରୋନା କଟକଣା କମିଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

Comments are closed, but trackbacks and pingbacks are open.