ସ୍ଥଗିତ ରହିଲା ଚତୁର୍ଥ ପର୍ୟ୍ୟାୟ ସୁଭଦ୍ରା ଟଙ୍କା

28

ଭୁବନେଶ୍ୱର: ସ୍ଥଗିତ ରହିଲା ଚତୁର୍ଥ ପର୍ୟ୍ୟାୟ ସୁଭଦ୍ରା ଟଙ୍କା । ଆସନ୍ତା ୨୫ ତାରିଖରେ ମିଳିଥାନ୍ତା ଟଙ୍କା । ହେଲେ ସବିଶେଷ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇ ନଥିବାରୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯାଞ୍ଚ ପ୍ରକ୍ରିୟା ଶେଷ କରିନଥିବା ହିତାଧିକାରୀଙ୍କୁ ସରକାର ଶେଷ ସୁଯୋଗ ଦେଇଛନ୍ତି । ଇ କେୱାଇସି ଏବଂ ବାଇଓମେଟ୍ରିକ ଜରିଆରେ ତୁରନ୍ତ ସୁଭଦ୍ରା ଯାଞ୍ଚ ପ୍ରକ୍ରିୟା ଶେଷ କରନ୍ତୁ । ଏ ପର୍ୟ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା ।  ‘ସୁଭଦ୍ରା’ ଯୋଜନା ଅଧୀନରେ ତୃତୀୟ ପର୍ୟ୍ୟାୟ ସୁଦ୍ଧା ରାଜ୍ୟର ମୋଟ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇସାରିଥିବା ବେଳେ ଡିସେମ୍ବର ୨୫ ତାରିଖରେ ୪ ର୍ଥ ପର୍ୟ୍ୟାୟ ହିତାଧିକାରୀଙ୍କୁ ଅର୍ଥ ପ୍ରେରଣ କରାଯିବ ବୋଲି କୁହାଯାଇଥିଲା ।  ଏଥିପାଇଁ ନୂଆ ଆବେଦନକାରୀଙ୍କ ସମେତ ଅଦ୍ୟାବଧି ସହାୟତା ପାଇ ପାରିନଥିବା ଦରଖାସ୍ତକାରୀଙ୍କ ଆବେଦନ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଡିସେମ୍ବର ୧ ତାରିଖ ସୁଦ୍ଧା ସୁଭଦ୍ରାରେ ମୋଟ ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଆବେଦନ ଗ୍ରହଣ ହୋଇଛି। 

Comments are closed, but trackbacks and pingbacks are open.