ଶନି ଜୟନ୍ତୀରେ ରାଶି ଅନୁସାରେ କରନ୍ତୁ ଦାନ ,ବର୍ଷ ସାରା ମିଳିବ ସଫଳତା

24

ହିନ୍ଦୁ ଧର୍ମରେ ଶନି ଜୟନ୍ତୀଙ୍କୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯାଏ । ଅନ୍ୟପଟେ ଜ୍ୟୋତିଷ ଶାସ୍ତ୍ରରେ ଶନି ଗ୍ରହକୁ ଏକ ପ୍ରଭାବଶାଳୀ ଗ୍ରହ ବୋଲି କୁହାଯାଇଛି । ତାଙ୍କୁ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ । ଜ୍ୟେଷ୍ଠ ମାସର ଅମାବାସ୍ୟାରେ ଶନି ଜୟନ୍ତୀ ପାଳନ କରାଯାଏ । ଏହା ଆସନ୍ତା ସୋମବାର ୩୦ ମେ ରେ ପଡୁଛି I ୩୦ ବର୍ଷ ପରେ ଏଥର ଶନି ଜୟନ୍ତୀ ଅବସରରେ, ଶନି ଦେବ ନିଜ ରାଶି କୁମ୍ଭରେ ରହିବେ । ଏପରି ପରିସ୍ଥିତିରେ ରାଶି ହିସାବରେ ଦାନ କରିବା ଖୁବ ଲାଭଦାୟକ ହେବ ।ତେବେ ଆସନ୍ତୁ ଜାଣିବା ରାଶି ଅନୁସାରେ ଶନି ଜୟନ୍ତୀରେ ଆପଣ କ’ଣ ଦାନ କରିବେ :

ମେଷ – ଶନି ଜୟନ୍ତୀ ଉପରେ, ମେଷ ରାଶିର ବ୍ୟକ୍ତି ମାନେ ସୋରିଷ ତେଲ ଏବଂ ରାଶି ତେଲ ଦାନ କରିବା ଉଚିତ୍ I

ବୃଷ – ବୃଷ ରାଶିର ବ୍ୟକ୍ତି ମାନେ ଶନି ଜୟନ୍ତୀ ଉପରେ ଶନି ମନ୍ଦିରକୁ ଯାଇ ଶନି ଚIଲିସା ପାଠ କରିବା ଉଚିତ୍ | ଯଦି ସମ୍ଭବ, ଅସହାୟ ଲୋକଙ୍କୁ ଏକ କଳା କମ୍ବଳ ଦାନ କରନ୍ତୁ |

ମିଥୁନ – ଶନି ଜୟନ୍ତୀ ଉପରେ କଳା ପୋଷାକ ଦାନ କରନ୍ତୁ |

କର୍କଟ – କର୍କଟ ରାଶିର ବ୍ୟକ୍ତି ମାନଙ୍କର ଶନି ଅଢେଇ ଚାଲୁଛି I ତେଣୁ ଶନି ଜୟନ୍ତୀ ଦିନ ଉପାସନା, ଦାନ-ପୁଣ୍ୟ କରିବା ଜରୁରୀ କରିବା ଜରୁରୀ । ସେମାନଙ୍କ ପାଇଁ ବିରି ଡାଲି, ତେଲ ଏବଂ କଳା ରାଶି ଦାନ କରିବା ଭଲ ।

ସିଂହ – ସିଂହ ରାଶିର ଲୋକମାନେ ଶନି ଜୟନ୍ତୀରେ ‘ଓମ୍ ବରେଣ୍ୟମ୍ ନମଃ ମନ୍ତ୍ର’ ଜପ କରିବା ଉଚିତ୍ ।

କନ୍ୟା – ଶନି ଜୟନ୍ତୀରେ କନ୍ୟା ରାଶିର ଲୋକମାନେ ଗରିବ ଲୋକଙ୍କୁ ଛତା ଏବଂ ଜୋତା ଦାନ କରିପାରିବେ ।

ତୁଳା – ରାଶିର ବ୍ୟକ୍ତିମାନେ ଶନି ଜୟନ୍ତୀରେ ଗରିବ ଲୋକଙ୍କୁ କଳା ପୋଷାକ, ଛତା ଏବଂ ସୋରିଷ ତେଲ ଦାନ କରିପାରିବେ ।

ବିଛା – ବିଛା ରାଶିର ଲୋକମାନେ ଶନି ଜୟନ୍ତୀରେ ଲୁହା ଜିନିଷ ଦାନ କରିବା ଉଚିତ୍ ।

ଧନୁ – ଧନୁ ରାଶିର ଲୋକମାନେ ଏହି ଦିନ ଶନି ମନ୍ତ୍ର ‘ଓମ୍ ପ୍ରାଂ ପ୍ରିଂ ପ୍ରୌଂ ସଃ ଶନୟେ ନମଃ’ ମନ୍ତ୍ର ଜପ କରିବା ଉଚିତ୍ ।

ମକର – ମକର ରାଶିର ବ୍ୟକ୍ତି ମାନଙ୍କର ଶନି ସାଢ଼େସାତୀ ଚାଲିଛି । ଶାନି ଜୟନ୍ତୀ ଦିନ ସେମାନେ ପଶୁ ଓ ପକ୍ଷୀମାନଙ୍କୁ ଖାଇବା ପିଇବା ଦେବା ଉଚିତ୍ । କୁକୁରଙ୍କୁ ରୁଟି ଖାଇବାକୁ ଦିଅନ୍ତୁ ।

କୁମ୍ଭ – କୁମ୍ଭ ରାଶିର ବ୍ୟକରି ମାନଙ୍କର ଶନି ସାଢ଼େସାତୀ ଚାଲୁଥିବାରୁ ସେମାନେ କୁଷ୍ଠରୋଗୀ ରୋଗୀଙ୍କୁ ସାହାଯ୍ୟ କରିନ୍ତୁ । ସେମାନଙ୍କ ପାଇଁ ଔଷଧ, ଟଙ୍କା ଦାନ କରନ୍ତୁ ।

ମୀନ – ମୀନ ରାଶିର ବ୍ୟକ୍ତିମାନେ ମଧ୍ୟ ଶନିଙ୍କ ସାଢ଼େ ସାତୀ ଯୋଗୁଁ ପ୍ରଭାବିତ ହୋଇଛନ୍ତିି । ସେମାନଙ୍କ ପାଇଁ ଶନି ଜୟନ୍ତୀ ଉପରେ ଘିଅ, ସୋରିଷ ତେଲ ଏବଂ କଳା ରାଶି ଦାନ କରିବା ଭଲ ହେବ ।

Comments are closed, but trackbacks and pingbacks are open.