ପଞ୍ଚଭୁତରେ ବିଲୀନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ, ଝିଅ ଦେଲେ ମୁଖାଗ୍ନି

80

ନୂଆଦିଲ୍ଲୀ: ଆର୍ଥିକ ସଂସ୍କାରକର ଜନକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପଞ୍ଚଭୁତରେ ବିଲୀନ ହୋଇଛନ୍ତି। ମନମୋହନ ସିଂଙ୍କୁ ଝିଅ ମୁଖାଗ୍ନି ଦେଇଛନ୍ତି। ନିଗମବୋଧ ଘାଟରେ ରାଜକୀୟ ସମ୍ମାନ ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ସମସ୍ତ ତିନି ସେନା ତାଙ୍କୁ ଅଭିବାଦନ ଜଣାଇଲେ। ଏହାପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅମିତ ଶାହା, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ନିଗମ ବୋଧ ଘାଟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପୂର୍ବରୁ ତାଙ୍କର ପାର୍ଥିବ ଶରୀରକୁ କଂଗ୍ରେସ ମୁଖ୍ୟାଳୟରେ ସର୍ବସାଧାରଣ ଦର୍ଶନ ପାଇଁ ରଖାଯାଇଥିଲା। ଏଠାରେ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ସମସ୍ତ କଂଗ୍ରେସ ନେତା ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Comments are closed, but trackbacks and pingbacks are open.