ଗାଁରେ ପଶିଲା ସୁବର୍ଣ୍ଣରେଖା ବନ୍ୟା ପାଣି

39

ଗତକାଲି ରାତିରେ ବାଲିଆପାଳ ବ୍ଲକ ଓ ଜଳେଶ୍ୱର ବ୍ଲକର ପ୍ରାୟ ୨୦ ଗୋଟିଏ ଗାଁରେ ବନ୍ୟା ପାଣି ପଶିଛି I ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ସୁବର୍ଣ୍ଣରେଖା ନଦୀ ଫୁଲି ଉଠି ମାଡି ଚାଲିଛି I ତେଣୁ ବର୍ତ୍ତମାନ ସ୍ଥାନୀୟ ଲୋକ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗଲୁଡିହ ବ୍ୟାରେଜରୁ 8 ହଜାର qm ପାଣି ପ୍ରବାହିତ ହେଉଛି। ଜଳେଶ୍ୱରସ୍ଥିତ ରାଜଘାଟଠାରେ ସତର୍କ ସୂଚନା ୯.୪୫ ମିଟର ଓ ବିପଦ ସଂକେତ ୧୦.୩୬ ଥିବା ବେଳେ ସକାଳ ୬ଟା ସୁଦ୍ଧା ୧୦.୪୨ ମିଟର ପାଣି ପ୍ରବାବିତ ହେଉଛି। ବର୍ଷା ନ କମିଲେ ଅଧିକ ଗାଁରେ ବନ୍ୟା ପାଣି ପଶିବା ଆଶଙ୍କା କରାଯାଉଛି।

Leave A Reply

Your email address will not be published.