ଏହି ୫ ଭାରତୀୟ ବ୍ୟାଟ୍ସମ୍ୟାନ୍ ୨୦୨୨ ଆଇପିଏଲ୍ ରେ କରିବେ ରନ ବର୍ଷା

19

ଚଳିତ ମାର୍ଚ୍ଚ ୨୬ ରୁ IPL-୨୦୨୨ ରେ ଖେଳାଳିମାନେ ପଡିଆରେ ନିଜ ନିଜର ଯାଦୁ ଦେଖାଇବାପାଇଁ ପ୍ରସ୍ତୁତ ହେଇଗଲେଣି I ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ I ପଡ଼ିଆରେ ଖେଳାଳି ମାନେ ପରସ୍ପର ଭିତରେ ନିଜକୁ ନିଜକୁ ଉତ୍କୃଷ୍ଟତା ପ୍ରମାଣ କରିବେ I ସେମାନଙ୍କ ମଧ୍ୟରେ ଏହି ୫ ଭାରତୀୟ ଖେଳାଳି ଅଛନ୍ତି, ଯେଉଁମାନେ କି ଚଳିତ ବର୍ଷ IPL 2022 ରନ ବର୍ଷା କରି ଦର୍ଶକଙ୍କୁ ବାନ୍ଧି ରଖିବେ I

୧ . ବିରାଟ କୋହଲି

ବିରାଟ କୋହଲି ତାଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) କୁ ପ୍ରଥମ ଥର ପାଇଁ ଚାମ୍ପିୟନ କରିବାକୁ ଆଗରେ ରହିବେ I କାରଣ ଆଇପିଏଲ୍ ଫ୍ରାଞ୍ଚାଇଜ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଲିଗ୍ ଇତିହାସରେ ଏପର୍ଯ୍ୟନ୍ତ ତିନିଥର ଫାଇନାଲରେ ପହଞ୍ଚିଛି, କିନ୍ତୁ ଗୋଟିଏ ଥର ମଧ୍ୟ ଟ୍ରଫି ହାସଲ କରିବାକୁ ସକ୍ଷମ ହୋଇ ନାହାଁନ୍ତି ଏବଂ ତିନିଥର ଯାକ ରନର୍ ଅପ୍ ରହି ସନ୍ତୁଷ୍ଟ ହେବାକୁ ପଡିଛି I ସେହିପରି ଗତ ଆଇପିଏଲ୍ ସିଜନରେ କୋହଲି ହାରାହାରି ୨୮ .୯୨ ରେ ୧୫ ଟି ମ୍ୟାଚରେ ୪୦୫ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୩ ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ଥିଲା I ଏହି ସମୟ ମଧ୍ୟରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୭୨ ନଟ ଆଉଟ ଥିଲା ଇ

୨ . ମହେନ୍ଦ୍ର ସିଂ ଧୋନି

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି ବିନା ଚାପ ରେ ଆଇପିଏଲ ୨୦୨୨ ରେ ବିସ୍ଫୋରଣ କରିବାକୁ ପ୍ରସ୍ତୁତ ଅଛନ୍ତି I ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଧୋନି ଗତ ଆଇପିଏଲ୍ ସିଜନରେ ଚତୁର୍ଥ ଥର ପାଇଁ ତାଙ୍କ ଦଳକୁ ଚାମ୍ପିଅନ୍ କରିଥିଲେ I ଗତ ଆଇପିଏଲ୍ ସିଜନରେ ଧୋନି ୧୬ ଟି ମ୍ୟାଚରେ ହାରାହାରି ୧୬ .୨୮ ରେ ୧୧୪ ରନ୍ ସଂଗ୍ରହ କରିଥିଲେ I ଏହି ସମୟରେ ତାଙ୍କର ଶ୍ରେଷ୍ଠ ସ୍କୋର ଅପରାଜିତ ୧୮ ରନ୍ ଥିଲା I

୩ . ଋଷଭ ପନ୍ତ

ଟିମ୍ ଇଣ୍ଡିଆର ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ନିଜର ଚମତ୍କାର ପ୍ରଦର୍ଶନ ସହିତ ପ୍ରଥମ ଥର ପାଇଁ ଦିଲ୍ଲୀ କ୍ୟାପିଟାଲସ କୁ ଆଇପିଏଲ୍ ଚାମ୍ପିଅନ୍ କରାଇବାକୁ ଚେଇଁବେ I ଋଷଭ ପନ୍ତ ଆଇପିଏଲରେ ନିଜର ସର୍ବୋତ୍ତମ ଫର୍ମ ବଜାୟ ରଖିବାକୁ ଚାହାଁନ୍ତି। ଗତ ଆଇପିଏଲ୍ ସିଜନରେ ଋଷଭ ପନ୍ତ ୧୬ ଟି ମ୍ୟାଚରେ ହାରାହାରି ୩୪ .୯୧ ରେ ୪୧୯ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୩ ଟି ଅର୍ଦ୍ଧଶତକ ସହିତ ତାଙ୍କର ଶ୍ରେଷ୍ଠ ସ୍କୋର ୫୮ ରନ୍ ନଟ ଆଉଟ ଥିଲା

୪ . କେ.ଏଲ୍ ରାହୁଲ

ଲଖନଉ ସୁପର ଜିଆଣ୍ଟସ୍ ଅଧିନାୟକ କେ.ଏଲ୍ ରାହୁଲ ତାଙ୍କ ନୂତନ ଦଳକୁ ପ୍ରଥମ ଥର ପାଇଁ ଚାମ୍ପିଅନ୍ କରିବା ପାଇଁ ପୁରା ଜୋର ଦେଇ ଲାଗି ପଡିବେ I ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍ ଗତ ଆଇପିଏଲ ସିଜନର ୧୩ ଟି ମ୍ୟାଚରେ ହାରାହାରି ୬୨ .୬୦ ରେ ୬୨୬ ରନ୍ ସ୍କୋର କରିଥିଲେ, ଯେଉଁଥିରେ ୬ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ Iଏହି ସମୟ ମଧ୍ୟରେ ତାଙ୍କର ଶ୍ରେଷ୍ଠ ସ୍କୋର ୯୮ ରନ୍ ନଟ ଆଉଟ ଥିଲା I

୫ . ରୋହିତ ଶର୍ମା

ଚଳିତ ଆଇପିଏଲ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ର ଅଧିନାୟକ ରୋହିତ ଶର୍ମା ନିଜ ବ୍ୟାଟ କୁ ରନ ବର୍ଷା ପାଇଁ ପ୍ରସ୍ତୁତ ରଖିଛନ୍ତି I ରୋହିତ ଶର୍ମା ଗତ ଆଇପିଏଲ ସିଜନର ୧୩ ଟି ମ୍ୟାଚରେ ହାରାହାରି ୨୯ .୩୦ ରେ ୩୮୨ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୧ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ I ଏହି ସମୟ ମଧ୍ୟରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୬୩ ରନ୍ ଥିଲା I

Comments are closed, but trackbacks and pingbacks are open.