ବର୍ଷର ପ୍ରଥମ ‘ସୂର୍ଯ୍ୟ ପରାଗ’ଏହି ୪ ଟି ରାଶିର ଭାଗ୍ୟ ହେବ ଉଜ୍ଜ୍ୱଳ

39

୨୦୨୨ ମସିହାରେ ସମୁଦାୟ ୪ ଟି ଗ୍ରହଣ ଯୋଗ ପଡୁଛି I ସେଥିମଧ୍ୟରୁ ୨ଟି ହେଉଛି ସୂର୍ଯ୍ୟ ପରାଗ ଏବଂ ୨ଟି ହେଉଛି ଚନ୍ଦ୍ର ଗ୍ରହଣ I ଏହି ସୂର୍ଯ୍ୟ ପରାଗ ମଧ୍ୟରୁ ପ୍ରଥମଟି ଆସନ୍ତା ଏପ୍ରିଲରେ ହେବାକୁ ଯାଉଛି I ଅବଶ୍ୟ, ଏହା ଏକ ଆଂଶିକ ସୂର୍ଯ୍ୟ ପରାଗ ହେବ ଏବଂ ଏହାର ସୂତକ କାଳ ଧରାଯିବ ନାହିଁ I କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏହି ସୂର୍ଯ୍ୟ ପରାଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତେବେ ମେଷ ରାଶିର ପ୍ରଥମ ସୂର୍ଯ୍ୟ ପରାଗ ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍ ଏବଂ ଆଣ୍ଟାର୍କଟିକାର ଦକ୍ଷିଣ-ପଶ୍ଚିମ ଭାଗରେ ଦୃଶ୍ୟମାନ ହେବ I

ଏହି ଆଂଶିକ ସୂର୍ଯ୍ୟ ପରାଗ ଏପ୍ରିଲ ୩୦ ତାରିଖ ମଧ୍ୟରାତ୍ରିରେ ୧୨ :୧୫ ରେ ଆରମ୍ଭ ହେବ ଏବଂ ମେ ୧ ତାରିଖ ସକାଳ ୦୪ :୦୭ ପର୍ଯ୍ୟନ୍ତ ଚାଲିବ I ମେଷ ରାଶି ଲାଗୁଥିବା ଏହି ସୂର୍ଯ୍ୟ ପରାଗ ର ପ୍ରଭାବ ସମସ୍ତ ୧୨ ଟି ରାଶି ଉପରେ ରହିବ ଏବଂ ଏଥିରୁ ଏହା ୪ ଟି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହେବ I

ବୃଷ ରାଶି ପାଇଁ ଏହି ସୂର୍ଯ୍ୟ ପରାଗ ର ପ୍ରଭାବ ଅତ୍ୟନ୍ତ ଶୁଭଙ୍କର ଅଟେ I ଏହି ରାଶି ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି ରେ ଉନ୍ନତି ହେବI ସହିତ ଅତ୍ୟନ୍ତ ଦୃଢ ହେବାର ସମ୍ଭାବନା ରହିଛି I ଅଟକି ରହିଥିବା କାମଗୁଡିକ ଶୀଘ୍ର ସମାପ୍ତ ହେବ I ଚାକିରିଆ ଏବଂ ବ୍ୟବସାୟୀ ମାନେ ଏହି ସମୟରେ କ୍ୟାରିଅର ରେ ଉନ୍ନତି କରିବେ I ରିଅଲ ଇଷ୍ଟେଟରେ ବିନିଯୋଗ କରିବା ପାଇଁ ଏହା ଏକ ଭଲ ସମୟ I

କର୍କଟ ରାଶିର ବ୍ୟକ୍ତି ଙ୍କ ପାଇଁ, ଏହି ସୂର୍ଯ୍ୟ ପରାଗ ର ପ୍ରଭାବ ଭାଗ୍ୟ ବୃଦ୍ଧି କରାଇବ I କାର୍ଯ୍ୟରେ ସଫଳତା ସହିତ ମାନ, ସମ୍ମାନ ବୃଦ୍ଧି ପାଇବ I ଏହା ସହିତ ସେମାନେ ନିଜର ଦକ୍ଷତା ଦେଖାଇବାକୁ ଏହା ଏକ ସୁବର୍ଣ୍ଣ ସୁଯୋଗ I ଏଥିରୁ ଲାଭ ହେବ ସହିତ କାର୍ଯ୍ୟରେ ପଦୋନ୍ନତି ହେବାର ଯୋଗ ରହିଛି I

ତୁଳା ରାଶିର ବ୍ୟକ୍ତିଙ୍କ କ୍ୟାରିୟର ପାଇଁ ଏହି ସୂର୍ଯ୍ୟ ପରାଗ ଅତ୍ୟନ୍ତ ଲାଭ ଦାୟକ I କ୍ୟାରିଅର ରେ ପଦୋନ୍ନତି ପାଇବା ସାଙ୍ଗକୁ କାର୍ଯ୍ୟକ୍ଷେତ୍ରରେ କିଛି ବଡ ସୁଯୋଗ ପାଇପାରିବେ I ପାର୍ଟନରସିପ ରେ ବ୍ୟବସାୟ କରୁଥିବା ବ୍ୟକ୍ତି ମାନେ ସଫଳତା ପାଇବେ I

ଧନୁ ରାଶି ର ବ୍ୟକ୍ତି ମାନେ ଏହି ସୂର୍ଯ୍ୟ ପରାଗ ଦ୍ୱାରା ବିଶେଷ ଉପକୃତ ହେବେ I ଆର୍ଥିକ ଅଗ୍ରଗତି ହେବା ସହିତ ସରକାରୀ ଚାକିରିରେ ଥିବା ଲୋକମାନେ ବଡ଼ ଲାଭ ପାଇପାରିବେ I ଏଥି ସହିତ, ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟ ବୃଦ୍ଧି ପାଇଁ ଏକ ନୂତନ ପ୍ରକଳ୍ପରେ କାର୍ଯ୍ୟ କରିପାରିବେ I

Comments are closed, but trackbacks and pingbacks are open.